29.1 C
Bhubaneswar
Thursday, May 9, 2024
Homeଓଡିଶାଆଉ ୩ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଆଉ ୩ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ପକ୍ଷରୁ ଶନିବାର ବିଧାନସଭା ଆସନରୁ ଆଉ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟମ ପର୍ଯ୍ୟାୟରେ ଆଉ ୩ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଟିକେଟ୍ କଟିଛି । ତାଙ୍କ ଜାଗାରେ ଗୌତମବୁଦ୍ଧ ଦାସଙ୍କୁ ମିଳିଛି ଟିକେଟ୍ । ସେହିଭଳି ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କ ଟିକେଟ କଟିଛି  । ତେବେ ଆଜି କେଉଁ ଆସନ ପାଇଁ କାହା ନାମ ଘୋଷଣା କରାଯାଇଛି ସେ ସମ୍ପର୍କରେ ଜାଣନ୍ତୁ:

୧)ଖୋର୍ଦ୍ଧା-ରାଜେନ୍ଦ୍ର କୁମାର ସାହୁ
୨)ବେଗୁନିଆ-ପ୍ରଦୀପ କୁମାର ସାହୁ
୩)ଭୋଗରାଇ-ଗୌତମବୁଦ୍ଧ ଦାସ

ଏହାକୁ ମିଶାଇ ବିଜେଡି ୧୪୪ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ଆସନର ପ୍ରାର୍ଥୀ ଘୋଷଣା ବାକି ରହିଲା ।

 

ବିଜେଡି ତାଲିକା ; କଟିଲା ପ୍ରତିଷ୍ଠାତା ସଦସ୍ୟ ଅମରଙ୍କ ଟିକେଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking