25.8 C
Bhubaneswar
Saturday, July 27, 2024
Homeସ୍ୱାସ୍ଥ୍ୟଆଣ୍‌ଠୁ ଦରଜ , ଅଣ୍ଟା ଦରଜକୁ ମୂଳରୁ କରନ୍ତୁ ଭଲ

ଆଣ୍‌ଠୁ ଦରଜ , ଅଣ୍ଟା ଦରଜକୁ ମୂଳରୁ କରନ୍ତୁ ଭଲ

ଭୁବନେଶ୍ୱର : ସାଧାରଣତଃ ଦେଖାଯାଏ କି ବୟସ ବଢିବା ସହିତ ଅଣ୍ଟା ଏବଂ ଆଣ୍ଠୁରେ ଦରଜ ରହିଥାଏ ଯାହା କାରଣରୁ ଆମକୁ ବହୁତ ସମସ୍ୟାରେ ଗତି କରିବାକୁ ପଡିଥାଏ । ବହୁତ ପ୍ରକାରର ଉପାୟ କଲା ପରେ ବି ଆମକୁ ଆରାମ ମିଳି ନଥାଏ । ଯଦି ଆପଣଙ୍କ ସହିତ କିଛି ଏମିତି ହେଉଛି ତେବେ ଏହି ଲେଖାଟି ପଢିବା ଆପଣଙ୍କ ପାଇଁ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ତେଲ ତିଆରି କରିବା ଶିଖାଇବୁ ଯାହାକୁ ପ୍ରୟୋଗ କରି ଆପଣଙ୍କର ଏହି ସବୁ ସମସ୍ୟା ସବୁ ଦିନ ପାଇଁ ଭଲ ହୋଇଯିବ ।
ଆଣ୍ଠୁ ଦରଜ, ଅଣ୍ଟା ଦରଜ ଆଜିର ସମୟରେ ସବୁଠୁ ବଡ ସମସ୍ୟା ହୋଇଛି । ଆଜି ଭାରତରେ ପ୍ରତି ୧୦ ଟି ଲୋକରେ ୬ ଟି ଲୋକ ଏହାର ଶିକାର ହେଉଛନ୍ତି । ୪୦ ବର୍ଷ ପରେ ହାଡ କମ୍ଜୋର ହେବାକୁ ଲାଗେ ଯାହା କାରଣରୁ ଆମର ଗଣ୍ଠି ଦରଜ ହେବା ଆରମ୍ଭ ହୋଇଥାଏ । କିନ୍ତୁ ଆଜି କାଲିର ଖରାପ ଖାଦ୍ୟପେୟ କାରଣରୁ ବା ଭୁଲ ଜୀବନଶୈଳୀ କାରଣରୁ ଆମ ଶରୀରରେ କମ ବୟସରେ ହିଁ ଗଣ୍ଠି ଦରଜ, ଅଣ୍ଟା ଦରଜର ସମସ୍ୟା ହେବାକୁ ଲାଗୁଛି ।
ବହୁତ ଲୋକ ଏମିତି ହୋଇଥାନ୍ତି ଯିଏ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ପେନକିଲର ବ୍ୟବହାର କରିଥାନ୍ତି କିନ୍ତୁ କଣ ଆପଣଙ୍କୁ ଜଣା ଅଛି ମିନିଟ ମଧ୍ୟରେ କଷ୍ଟରୁ ଆରମ ଦେଉଥିବା ପେନକିଲର ଆପଣଙ୍କ ଜୀବନକୁ ବର୍ବାଦ କରିପାରେ । ତେବେ ଚାଲନ୍ତୁ ଏବେ ଆମେ ଆପଣଙ୍କୁ ଜଣାଇବୁ କି ସେହି ଘରୋଇ ତେଲ କଣ ଅଟେ ଯିଏ ଆପଣଙ୍କୁ କଷ୍ଟରୁ ଆରମ ଦେବ ।
ଆବଶ୍ୟକ ସାମଗ୍ରୀ
କାଷ୍ଟର ଅଏଲ (୫୦ ଗ୍ରାମ)
ରାଶି ତେଲ (୫୦ ଗ୍ରାମ )
ଏହି ଦୁଇଟି ତେଲକୁ ଭଲ ଭାବେ ମିଶାଇ ଗରମ କରି ଦିଅନ୍ତୁ । ଯେବେ ଏହା ଗରମ ହୋଇଯିବ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଆପଣ କୌଣସି ଏକ କାଚର ଶିଶିରେ ରଖି ଦିଅନ୍ତୁ ।
ଆପଣଙ୍କୁ ଏହାର ବ୍ୟବହାର ରାତିରେ କରିବାକୁ ହେବ ଓ ଏହାର ବ୍ୟବହାର କରିବା ପୂର୍ବରୁ ଆପଣଙ୍କୁ ଯେଉଁଠି ଏହାର ମାଲିସ କରିବାର ଅଛି ସେଠାରେ କିଛି ସମୟ ପୂର୍ବରୁ ଗରମ ପାଣିରେ ଭିଜା ଯାଇଥିବା ତଉଲିଆ ରଖିବାର ଅଛି । ଏମିତି କରିବା ଦ୍ଵାରା ଆପଣଙ୍କର ସ୍କିନର ପୋର ସବୁ ଖୋଲିଯାଇଥାଏ ଓ ତେଲ ଭଲ ଭାବେ ତଳ ପର‌୍ୟ୍ୟନ୍ତ ପହଞ୍ଚି ପାରେ । ଏହା ପରେ ଆପଣଙ୍କୁ ତେଲକୁ ଭଲ ଭାବେ ମାଲିସ କରିବାର ଅଛି ପରେ ଗରମ କପଡା ବା ଗରମ ପଟି ବାନ୍ଧି ଶୋଇଯିବେ । ସକାଳ ପର‌୍ୟ୍ୟନ୍ତ ଆପଣଙ୍କର କଷ୍ଟ ଦୂର ହୋଇଯିବ ।
ଏହା ଥିଲା ଅଣ୍ଟା ଦରଜ ଓ ଗଣ୍ଠି ଦରଜ ପାଇଁ କିପରି ତେଲ ତିଆରି କରି ତାର ବ୍ୟବହାର କରିବେ । ଏବେ ଆମେ କଥା ହେବା କି ଶରୀରର ସବୁ ଗଣ୍ଠି ଦରଜକୁ ଠିକ କରିବା ପାଇଁ ନିଜ ଜୀବନରେ କଣ କଣ ଅଭ୍ୟାସ ବଦଳାଇବାକୁ ପଡିବ ।
କେଉଁ କେଉଁ କଥାର ଧ୍ୟାନ ରଖିବେ..
୧. ଅଧିକ ପାଣିର ସେବନ କରନ୍ତୁ ।
୨. ସବୁଜ ପନିପରିବାର ସେବନ କରନ୍ତୁ ।
୩. କ୍ଷୀର ଓ ପନିର ବା ଅଧିକ କ୍ୟାଲସିୟମ ଯୁକ୍ତ ଖାଦ୍ୟର ସେବନ କରନ୍ତୁ ।
୪. ୪୦ ମିନିଟ ପର‌୍ୟ୍ୟନ୍ତ ଯୋଗ କରନ୍ତୁ । ଯୋଗ କରି ନ ପାରିଲେ ୪୦ ମିନିଟ ପାଇଁ ଚାଲନ୍ତୁ ।
୫. ଫାଷ୍ଟଫୁଡର ସେବନ କରନ୍ତୁ ନାହିଁ ।
୬. ୭-୮ ଘଣ୍ଟା ନିଦ୍ରା ନିଅନ୍ତୁ ।
ଯଦି ଆପଣ ବା ଆପଣଙ୍କର କେହି ନିଜ ଲୋକ ଏହି ସମସ୍ୟାରେ ପୀଡିତ ତେବେ ଏହି ଉପାୟ ଥରେ ଆପଣାଇ ଦେଖନ୍ତୁ ଓ ଅନ୍ୟ ମାନଙ୍କ ସହ ଏହାକୁ ସେୟାର କରନ୍ତୁ । ଆମ ସହିତ ରହିବା ପାଇଁ ଆମ ଗ୍ରୁପ ରେ ଯୋଡି ରୁହନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କ ପାଖରେ ଆହୁରି ଏହିଭଳି ହେଲ୍ଥ ଟିପ୍ସ ପହଞ୍ଚାଇ ପାରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking