40.1 C
Bhubaneswar
Tuesday, April 30, 2024
Homeଖେଳପୁରୁଷ ହକି ଟେଷ୍ଟ୍ ସିରିଜ୍‌; ଭାରତକୁ ୩-୨ରେ ହରାଇ ଅଷ୍ଟ୍ରେଲିଆର କ୍ଲିନ୍ ସ୍ୱିପ୍

ପୁରୁଷ ହକି ଟେଷ୍ଟ୍ ସିରିଜ୍‌; ଭାରତକୁ ୩-୨ରେ ହରାଇ ଅଷ୍ଟ୍ରେଲିଆର କ୍ଲିନ୍ ସ୍ୱିପ୍

ନୂଆଦିଲ୍ଲୀ: ପର୍ଥରେ ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟ୍‌ରେ ଭାରତୀୟ ପୁରୁଷ ହକି ଟିମ୍ ୨-୩ରେ ପରାଜିତ ହୋଇଛି । ଏହା ସହିତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆ କ୍ଲିନ୍ ସ୍ୱିପ୍ କରିଛି । କ୍ୟାପ୍‌ଟେନ୍ ହରମନପ୍ରୀତ୍ ସିଂହ ଏକ ପେନାଲ୍ଟି କର୍ଣ୍ଣର୍ ସଫଳତାପୂର୍ବକ ଗୋଲ୍‌ରେ ପରିବର୍ତ୍ତନ କରିବା ଫଳରେ ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ଭାରତ ଅଗ୍ରଣୀ ହାସଲ କରିଥିଲା ।

ଏହା ସିରିଜ୍‌ରେ ହରମନ୍‌ପ୍ରୀତ୍‌ଙ୍କ ୩ୟ ଗୋଲ୍ ଥିଲା । ତେବେ ୨୦ଶ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର୍ ଜରିଆରେ ଜେରେମି ହେୱାର୍ଡ୍ସ ସ୍ଥିତି ବରାବର କରିଥିଲେ । ମାତ୍ର କି ୱଲୋଟ୍ ଓ ଟିମ୍ ବ୍ରାଣ୍ଡ୍ ଯଥାକ୍ରମେ ୩୮ତମ ଓ ୩୯ତମ ମିନିଟ୍‌ରେ ଦୁଇଟି ଗୋଲ୍ କରିବା ଫଳରେ ଅଷ୍ଟ୍ରେଲିଆ ୩-୧ ଗୋଲ୍‌ରେ ଆଗୁଆ ହୋଇଯାଇଥିଲା । ଭାରତୀୟ ସିନିୟର ଟିମ୍‌ରେ ଡେବ୍ୟୁ ମ୍ୟାଚ୍ ଖେଳିଥିôବା ୨୧ ବର୍ଷୀୟ ବବି ସିଂହ ଧାମି ୫୩ତମ ମିନିଟ୍‌ରେ ଗୋଲ୍ ଦେଇଥିଲେ ମଧ୍ୟ ଟିମ୍ ସ୍କୋର୍ ଲାଇନ୍ ବରାବର କରିବାକୁ ସମର୍ଥ ହୋଇନଥିଲା ।

ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ୍ ବିଜେତା ଭାରତ ଆଗାମୀ ପ୍ୟାରିସ୍ ଗେମ୍ସ ପାଇଁ ଅଷ୍ଟ୍ରେଲିଆ ସହିତ ବେଲ୍‌ଜିୟମ୍‌, ନ୍ୟୁଜିଲାଣ୍ଡ୍‌, ଆର୍ଜେଣ୍ଟିନା ଓ ଆୟର୍ଲାଣ୍ଡ୍ ସହ ସମାନ ଗ୍ରୁପ୍‌ରେ ସ୍ଥାନ ପାଇଛି । ଭାରତ ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହାପରେ ଜୁଲାଇ ୨୯ରେ ଆର୍ଜେଣ୍ଟିନା, ଜୁଲାଇ ୩୦ରେ ଆୟର୍ଲାଣ୍ଡ୍‌କୁ ଭେଟିବ । ଚତୁର୍ଥ ମ୍ୟାଚ୍‌ରେ ବେଲ୍‌ଜିୟମ୍‌କୁ ଅଗଷ୍ଟ ୧ ତାରିଖରେ ଏବଂ ଅଗଷ୍ଟ ୨ ତାରିଖରେ ଅନ୍ତିମ ଗ୍ରୁପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking