29.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶପୁଲିସ ଗୁଳିରେ ଚାଲିଗଲା ଭାରତୀୟ ବଂଶୋଦ୍ଭବଙ୍କ ଜୀବନ

ପୁଲିସ ଗୁଳିରେ ଚାଲିଗଲା ଭାରତୀୟ ବଂଶୋଦ୍ଭବଙ୍କ ଜୀବନ

ୱାସିଂଟନ: ସାନ୍ ଆଣ୍ଟୋନିଓରେ ଜଣେ ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କର ପୁଲିସ ଗୁଳିରେ ମୃତ୍ୟୁ ହୋଇଛି। ଏପ୍ରିଲ ୨୧ ତାରିଖରେ ଏହି ଘଟଣା ଘଟିଛି। ସଚିନ ସାହୁ ନାମକ ଉକ୍ତ ବ୍ୟକ୍ତିଙ୍କୁ ଏକ ଆକ୍ରମଣ ଘଟଣାରେ ପୁଲିସ ଗିରଫ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଅଧିକାରୀଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ସାହୁ ମୂଳତଃ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି। ଆହତ ଦୁଇ ଅଧିକାରୀ ଏବେ ଚିକିତ୍ସିତ ହେଉଛନ୍ତି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking