30.1 C
Bhubaneswar
Wednesday, May 1, 2024
Homeଖେଳପ୍ୟାରିସ୍ ଅଲିମ୍ପିକ୍ସରୁ ଓହରିଲେ ୟୁଲିମାର୍ ରୋଜାସ୍

ପ୍ୟାରିସ୍ ଅଲିମ୍ପିକ୍ସରୁ ଓହରିଲେ ୟୁଲିମାର୍ ରୋଜାସ୍

ନୂଆଦିଲ୍ଲୀ: ମହିଳା ଟ୍ରିପଲ୍ ଜମ୍ପରେ ଡିଫେଣ୍ଡିଂ ଅଲିମ୍ପିକ୍ ଚାମ୍ପିଅନ୍ ୟୁଲିମାର୍ ରୋଜାସ୍ ଆଗାମୀ ପ୍ୟାରିସ୍ ଗେମ୍ସରୁ ଓହରିଯାଇଛନ୍ତି । ତାଙ୍କ ଗୋଇଠିର ପେଶୀବନ୍ଧନୀରେ ଆଘାତ ଯୋଗୁଁ ଶୁକ୍ରବାର ସେ ଏହି ଘୋଷଣା କରିଛନ୍ତି । ୨୮ ବର୍ଷୀୟା ଭେନେଜୁଆଲ୍‌ର ଏହି ଆଥ୍‌ଲେଟ୍ କହିଛନ୍ତି, ସ୍ପେନ୍‌ରେ ଟ୍ରେନିଂ ଜମ୍ପ୍‌ରେ ବେଳେ ତାଙ୍କ ଗୋଇଠି ପେଶୀ ବନ୍ଧନୀରେ ଆଘାତ ଲାଗିଥିଲା । ମାଦ୍ରିଦ୍‌ରେ ଗୁରୁବାର ସେ ଏହାର ସର୍ଜରୀ କରାଇଛନ୍ତି ।

୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିôବା ରୋଜାସ୍ ୨୦୨୧ରେ ଟୋକିଓ ଗେମ୍ସରେ ଟାଇଟଲ୍ ହାସଲ କରିଥିଲେ । ସେହିପରି ଗତବର୍ଷ ବୁଦାପେଷ୍ଟ୍‌ରେ ସେ ନାଟକୀୟ ଭାବେ ଅନ୍ତିମ ରାଉଣ୍ଡ୍ ଲିପ୍‌ରେ କ୍ୟାରିୟର୍‌ର ଚତୁର୍ଥ ଆଉଟ୍‌ଡୋର୍ ବିଶ୍ୱ ଟାଇଟଲ୍ ଜିତିଥିଲେ । ୧୫.୦୮ ମିଟରର ବିଜୟୀ ଜମ୍ପ୍ ସହ ରୋଜାସ୍ ଅଷ୍ଟମ ସ୍ଥାନରୁ ସ୍ୱର୍ଣ୍ଣ ପଦକ ପୋଜିସନ୍‌କୁ ଆସିଥିଲେ । ଏହି ଇଭେଣ୍ଟ୍‌ରେ ରୋଜାସ୍‌ଙ୍କ ନାମରେ ବିଶ୍ୱ ରେକର୍ଡ ମଧ୍ୟ ରହିଛି । ୨୦୨୨ରେ ୧୫.୭୪ ମିଟର ଜମ୍ପ୍ କରି ସେ ଏହି ରେକର୍ଡ ସ୍ଥାପନ କରିଥିଲେ । ମହିଳାଙ୍କ ଫିଲ୍ଡ ଇଭେଣ୍ଟ୍‌ରେ ସେ ଗତବର୍ଷର ଶ୍ରେଷ୍ଠ ଆଥ୍‌ଲେଟ୍ ଭାବେ ପୁରସ୍କୃତ ମଧ୍ୟ ହୋଇଥିଲେ । ପ୍ୟାରିସ୍ ଗେମ୍ସରେ ସେ ଟାଇଟଲ୍ ବିଜୟର ପ୍ରବଳ ଦାବିଦାର ହୋଇଥାନ୍ତେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking