32.1 C
Bhubaneswar
Friday, April 26, 2024
Homeଓଡିଶା୧୩ରୁ କଲେଜ ପିଲାଙ୍କ ଅନଲାଇନ କ୍ଲାସ

୧୩ରୁ କଲେଜ ପିଲାଙ୍କ ଅନଲାଇନ କ୍ଲାସ

ଭୁବନେଶ୍ୱର: କରୋନା ପାଇଁ ପିଲାଙ୍କ ଶିକ୍ଷାରେ ବ୍ୟାହତ ସୃଷ୍ଟି ହେଉଥିବାରୁ ଅନଲାଇନ କ୍ଲାସ ନେଇ ଗାଇଡଲାଇନ ଜାରି କରିଛନ୍ତି ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବ ଗାଇଡଲାଇନ ଜାରି କରିଥିବା ସୂଚନା ମିଳିଛି । ଜୁଲାଇ ୧୩ରୁ ଅନଲାଇନ କ୍ଲାସ ଆରମ୍ଭ ପାଇଁ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ହ୍ୱାଟସଆପରେ ପିଲାଙ୍କ ଗ୍ରୁପ ହେବ । ସେହି ଗ୍ରୁପରେ ପ୍ରାୟ ୩୨ ପିଲା ରହିବେ । ଘରେ ପଢିବାକୁ ହ୍ୱାଟସଆପ/ମେଲରେ ଶିକ୍ଷକ ନୋଟସ ଦେବେ । ଦିନକୁ ୨ରୁ ୩ ଘଣ୍ଟା କ୍ଲାସ ହେବା ସହ ସପ୍ତାହକୁ ୩ ଦିନ ପାଠ ପଢା ହେବ । ଗୁଗୁଲ ମିଟ୍‌/ ଜୁମ/ ସ୍କାଇପ୍ ଜରିଆରେ ଅନଲାଇନ କ୍ଲାସ କରାଯିବ ବୋଲି ଗାଇଡ ଲାଇନରେ ଜାରି କରାଯାଇଛି । ଅନଲାଇନ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାନ ନେବେ ସଂପୃକ୍ତ ଶିକ୍ଷକ ।
https://onakhabar.com/plasma-therapy-for-covid19-treatment-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking