39.1 C
Bhubaneswar
Friday, April 26, 2024
Homeଓଡିଶାରଥଟଣା ସମୟରେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ

ରଥଟଣା ସମୟରେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଗ୍ରାମର ମଠସାହିରେ ରଥ ଟାଣିବା ବେଳେ ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ମଠସାହି ଗ୍ରାମର ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠସାହି ଛକ ନିକଟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସହିତ ରଥଟି ଲାଗି ଯାଇ ଥିଲା। ପ୍ରବଳ ବର୍ଷା ଯୋଗୁଁ ରଥଟି ସମ୍ପୂର୍ଣ୍ଣ ଓଦା ହୋଇଥିବାରୁ ରଥକୁ ଛୁଇଁ ଥିବା ଲୋକମାନେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking