26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଉଦୟପୁର ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ; ୨ ଆଇପିଏସଙ୍କ ସହ ୩୨ ଜଣ...

ଉଦୟପୁର ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ; ୨ ଆଇପିଏସଙ୍କ ସହ ୩୨ ଜଣ ପୋଲିସ ଅଧିକାରୀଙ୍କୁ ବଦଳି

ଉଦୟପୁର : ଉଦୟପୁରରେ ହୋଇଥିବା ଦରଜୀ କହ୍ନେୟାଲାଲଙ୍କ ନିର୍ମମ ହତ୍ୟା ଘଟଣାରେ ଅବହେଳା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ଉଚ୍ଚସ୍ତରୀୟ ପୋଲିସ ଅଧିକାରୀଙ୍କ ବଦଳି କରିଛନ୍ତି। ଉଦୟପୁରର ଆଇଜି ହିଙ୍ଗଲାଜ ଡନ୍ ଓ ଏସପି ମନୋଜ କୁମାରଙ୍କୁ ଗୁରୁବାର ବିଳମ୍ୱିତ ରାତିରେ ନନ୍ ଫିଲ୍ଡ ପୋଷ୍ଟିଙ୍ଗରେ ପଠାଯାଇଛି। ଏହି କ୍ରମରେ ଉଦୟପୁର ଆଇଜି ଓ ଏସପିଙ୍କୁ ମିଶାଇ ମୋଟ ୩୨ ଜଣ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି। ହିଙ୍ଗଲାଜଙ୍କୁ   ନାଗରିକ ଅଧିକାର ଆଇଜି ଭାବେ ପଠାଯାଇଛି। ସେ ପ୍ରଫୁଲ୍ଲ କୁମାରଙ୍କ ସ୍ଥାନ ଅଧିକାର କରିଛନ୍ତି। ପ୍ରଫୁଲ୍ଲ କୁମାର ଏହି ହତ୍ୟା ଘଟଣାର ତଦନ୍ତ କରୁଥିବା ଏସଆଇଟି ଟିମ ର ମୁଖ୍ୟ ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି। ଅନ୍ୟପଟେ ଉଦୟପୁର ଏସପି ମନୋଜ କୁମାରଙ୍କୁ କୋଟାର ରାଜସ୍ଥାନ ଆର୍ମଡ କନଷ୍ଟେବୁଲାରିର ଦ୍ୱିତୀୟ ବାଟାଲିୟାନକୁ ପଠାଯାଇଛି। ଗଣମାଧ୍ୟମର ସୂଚନା ଅନୁସାରେ, କହ୍ନେୟା ଲାଲ୍ ପୋଲିସକୁ ଦେଇଥିବା ଅଭିଯୋଗ ପତ୍ରକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପଢ଼ିଥିଲେ ଏବଂ କହ୍ନେୟାଙ୍କ ଅଭିଯୋଗ ପାଇବା ସତ୍ତ୍ୱେ ବି ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କାହିଁକି ବୁଝାମଣା କରାଗଲା ବୋଲି ଗେହେଲୋଟ୍ ଥାନା ଅଧିକାରୀଙ୍କୁ ପଚାରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking