26.1 C
Bhubaneswar
Tuesday, May 7, 2024
Homeଖେଳଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିସ୍‌ମାହ ମାରୁଫ୍‌ଙ୍କ ସନ୍ନ୍ୟାସ

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିସ୍‌ମାହ ମାରୁଫ୍‌ଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ: ପାକିସ୍ତାନ ମହିଳା କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍ ବିସ୍‌ମାହ ମାରୁଫ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଛନ୍ତି । ତାଙ୍କର ଅଚାନକ ସନ୍ନ୍ୟାସ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପାକିସ୍ତାନ ପାଇଁ ଦିନିକିଆ ଏବଂ ଟି-୨୦ କ୍ରିକେଟ୍ ଖେଳୁଥିବା ବିସ୍‌ମାହ କିଛିଦିନ ତଳେ କ୍ୟାପ୍‌ଟେନ୍ ପଦ ଛାଡ଼ିବା ନିଷ୍ପତ୍ତି ନେଇଥିଲେ । ଏବେ ସେ ସନ୍ନ୍ୟାସ ନିଷ୍ପତ୍ତି ଶୁଣାଇଛି । ସନ୍ନ୍ୟାସକୁ ନେଇ ବିସ୍‌ମାହ ଇନ୍‌ଷ୍ଟାଗ୍ରାମ୍‌ରେ ଭାବବିହ୍ୱଳ ପୋଷ୍ଟ୍‌ରେ ଲେଖିଛନ୍ତି- ‘୧୭ ବର୍ଷ ଧରି କ୍ରିକେଟ୍ ମୋ ପାଇଁ କେବଳ କେବଳ ଏକ ଖେଳ ନଥିଲା ବରଂ ଏକ ଆବେଗ ଥିଲା । ଏକ ସ୍ୱପ୍ନ ଏବଂ ଅସୀମିତ ବିକାଶର ଏକ ଯାତ୍ରା ପୂରଣ ପୂରଣ ହୋଇଛି । ଭାବବିହ୍ୱଳ ସହ ମୁଁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ପ୍ରତିନିଧିତ୍ୱର ଉତ୍ତମ ଯାତ୍ରାକୁ ଅଲ୍‌ବିଦା କହୁଛି ।’
ବିସ୍‌ମାହ ମାରୁଫ୍ ଦିନିକିଆ ଏବଂ ଟି-୨୦ରେ ପାକିସ୍ତାନ ଟିମ୍‌ର ନେତୃତ୍ୱ ନେଇଥିଲେ । ସେ ୩୪ ଦିନିକିଆ ମ୍ୟାଚ୍‌ରେ ପାକିସ୍ତାନ ମହିଳା ଟିମ୍‌ର ନେତୃତ୍ୱ ନେଇଥିଲେ । ଏହା ବ୍ୟତୀତ ୬୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କ୍ୟାପ୍‌ଟେନ୍ ଥିଲେ । କ୍ୟାପ୍‌ଟେନ୍ ଅବସରରେ ଦିନିକିଆର ୩୨ ଇନିଂସ୍‌ରେ ବ୍ୟାଟିଂ କରି ସେ ୪୪.୩୨ ଆଭରେଜ୍‌ରେ ୧୧୦୮ ରନ୍ ସଂଗ୍ରହ କରିଥିଲେ । ସେହିପରି ଟି-୨୦ ଅନ୍ତର୍ଜାତୀୟର ୬୦ ଇନିଂସ୍‌ରେ ୨୭.୨୯ ଆଭରେଜ୍ ଏବଂ ୯୮.୧୨ ଷ୍ଟ୍ରାଇକ୍ ରେଟ୍‌ରେ ୧୩୧୦ ରନ୍ କରିଥିଲେ । ୨୦୦୬ରୁ ୨୦୨୪ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ବିସ୍‌ମାହ ମୋଟ ୧୩୬ ଦିନିକିଆ ଏବଂ ୧୪୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଦିନିକିଆର ୧୩୨ ଇନିଂସ୍‌ରେ ୨୯.୫୫ ଆଭରେଜ୍ ସେ ୩୩୬୯ ରନ୍ କରିଛନ୍ତି । ଏହା ମଧ୍ୟରେ ୨୧ ଅର୍ଦ୍ଧଶତକ ସାମିଲ । ଏହା ବ୍ୟତୀତ ଟି-୨୦ ଅନ୍ତର୍ଜାତୀୟର ୧୩୪ ଇନିଂସ୍‌ରେ ସେ ୨୭.୫୫ ଆଭରେଜ୍ ଏବଂ ୯୧.୩୪ ଷ୍ଟ୍ରାଇକ୍ ରେଟ୍‌ରେ ୧୨ ଅର୍ଦ୍ଧଶତକ ସହ ୨୮୯୩ ରନ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ, ବିସ୍‌ମାହ ୨୦୦୬ରେ ଭାରତ ବିପକ୍ଷ ଦିନିକିଆ ମ୍ୟାଚ୍ ଜରିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଏହି ମ୍ୟାଚ୍ ଜୟପୁରରେ ଖେଳାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking