37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମଣିପୁର ସେନା କ୍ୟାମ୍ପ ନିକଟରେ ମାଟିଅତଡ଼ା ଧସିବା ଘଟଣାରେ ୭ ଯବାନଙ୍କ ସହ ୧୪ ଜଣଙ୍କର...

ମଣିପୁର ସେନା କ୍ୟାମ୍ପ ନିକଟରେ ମାଟିଅତଡ଼ା ଧସିବା ଘଟଣାରେ ୭ ଯବାନଙ୍କ ସହ ୧୪ ଜଣଙ୍କର ମୃତ୍ୟୁ

ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତାଜା ସୂଚନା ମୁତାବକ ୭ ଜଣ ସେନା କର୍ମଚାରୀଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ୨୫ ଜଣ ଯବାନ ଏବେ ବି ମାଟି ତଳେ ଦବି ହୋଇରହିଛନ୍ତି । ବୁଧବାର ମଧ୍ୟରାତ୍ରିରେ ଏହି ଭୂସ୍ଖଳନ ଘଟିଥିଲା। ଜିରିବାମରୁ ଇମ୍ଫାଲ ପର‌୍ୟ୍ୟନ୍ତ ନିର୍ମାଣାଧୀନ ରେଳ ଲାଇନର ସୁରକ୍ଷା ପାଇଁ ଟୁପୁଲ ରେଳ ଷ୍ଟେସନ ନିକଟରେ ନିୟୋଜିତ ଭାରତୀୟ ସେନାର ୧୦୭ ଟେରିଟୋରିଆଲ ଆର୍ମି କ୍ୟାମ୍ପ ପୂରା ଧ୍ବସ୍ତ ହୋଇଯାଇଛି। ଡିଜିପି ପି ଡୋଙ୍ଗଲ କହିଛନ୍ତି ଯେ ୨୩ ଜଣଙ୍କୁ ବାହାର କରାଯାଇଥିବାବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେନା କର୍ମଚାରୀ, ରେଳ କର୍ମଚାରୀ, ଗ୍ରାମବାସୀ ଏବଂ ଶ୍ରମିକଙ୍କ ସମେତ ପ୍ରାୟ ୬୦ ଜଣ ଲୋକ ଫସିରହିଥିବାର ଆଶଙ୍କା କରାଯାଉଛନ୍ତି । ଗତକାଲି ୭ ଜଣ ସେନା କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୧୩ ଜଣ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ ବହୁ ସଂଖ୍ୟକ ଯବାନ ନିଖୋଜ ଅଛନ୍ତି। ତେବେ ଖରାପ ପାଗ ଯୋଗୁଁ ଉଦ୍ଧାର କାର‌୍ୟ୍ୟରେ ସମସ୍ୟା ଉପୁଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking