28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ୱରକୁ ଟପିଲା ଯାଜପୁର

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ୱରକୁ ଟପିଲା ଯାଜପୁର

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ରୋଗୀ ଜଣକ ମଧ୍ୟ ସେହି ଯାଜପୁର ଜିଲ୍ଲାର ବୋଲି ସରକାରୀ ଭାବରେ ସୂଚନା ଦିଆଯାଇଛି । ଯାଜପୁର ଜିଲ୍ଲାରେ ଆଜି ଗୋଟିଏ ଦିନରେ ଏହାକୁ ମିଶାଇ ୮ ଜଣ କରୋନା ରୋଗୀ ଚିହ୍ନଟ ହେଲେଣି । ଆଜି ସକାଳେ ପ୍ରଥମେ ୫ ଜଣ ଚିହ୍ନଟ ହୋଇଥିଲେ । ଏହାପରେ ଦୁଇ ଜଣ ଏବଂ ଏବେ ସନ୍ଧ୍ୟାରେ ଆଉ ଜଣେ ଆକ୍ରାନ୍ତ ହୋଇଥିବା ଖବର ଆସି ପହଂଚିଛି । ଯାଜପୁର ଜିଲ୍ଲା ଏବେ ସବୁଠାରୁ ହଟସ୍ପଟ୍ ପାଲଟିଛି । କଟିକଟାରୁ ଅଧିକ ଆକ୍ରାନ୍ତ ବାହାରୁଥିବା ବେଳେ ଆଜି ବରୀ  ଅଂଚଳରୁ ଗୋଟିଏ ପରେ ଗୋଟିଏ ଚିହ୍ନଟ ହେବାରେ ଲାଗିଛନ୍ତି । ସକାଳେ ବରୀରୁ ଜଣେ ତା ପରେ ଦୁଇ ଜଣ ଆଉ ଏବେ ପୁଣି ଜଣେ ଚିହ୍ନଟ ହୋଇଛନ୍ତି । ବରୀର ଚିହ୍ନଟ ହୋଇଥିବା ଏହି ବ୍ୟକ୍ତି ଜଣଙ୍କର ବୟସ ହେଉଛି ୬୨ ବର୍ଷ ଏବଂ ସେ ବି ପଶ୍ଚିମବଙ୍ଗ ସହିତ ଲିଙ୍କ ବୋଲି ସୂଚନା ମିଳିଛି । ଏହି ଆକ୍ରାନ୍ତଙ୍କୁ ମିଶାଇଲେ ଯାଜପୁର ଜିଲ୍ଲାରେ ସଂଖ୍ୟା ଛୁଇଁଛି ୪୮ । ଜଣେ ମାତ୍ର ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି । ଆକ୍ରାନ୍ତରେ ଯାଜପୁର ଜିଲ୍ଲା ଭୁବନେଶ୍ୱର ବା ଖୋର୍ଦ୍ଧା ଜିଲ୍ଲାକୁ ଟପିଲା । ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଥିବା ବେଳେ ଯାଜପୁର ଏହାକୁ ଟପି ୪୮ରେ ପହଂଚିଛି ।
https://onakhabar.com/2020/05/02/another2-positive-case-from-jajapur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking