22.1 C
Bhubaneswar
Sunday, January 23, 2022
Homeଓଡିଶାକଣ୍ଟେନମେଣ୍ଟ ଜୋନରେ ନିୟମ ଉଲଙ୍ଘନ କଲେ ହେଉଛି ଲାଠି ପ୍ରାହାର

କଣ୍ଟେନମେଣ୍ଟ ଜୋନରେ ନିୟମ ଉଲଙ୍ଘନ କଲେ ହେଉଛି ଲାଠି ପ୍ରାହାର

ଝାରସୁଗୁଡା : ବ୍ରଜରାଜନଗର ବୁଢିଜାମ ଅଂଚଳକୁ କଲିକତାରୁ ଆସିଥିବା ଜଣେ ଯୁବତୀ ଗତ ବୁଧବାର କରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହାସହ ଏଠାରେ କୋରନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛି । ଏପର୍ଯ୍ୟନ୍ତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ୩୧ ଜଣଙ୍କ ଓ ଏହି ଅଂଚଳର ଅନ୍ୟ ୫୩ ଜଣଙ୍କ ନମୁନା ସ୍ୱାବ ପରୀକ୍ଷଣ ପାଇଁ ପଠାଯାଇଛି । ଏଯାଏଁ କାହରି ରିପୋର୍ଟ ଆସି ନଥିଲେ ହେଁ ଜିଲ୍ଲା ପ୍ରାଶସନ ଓ ସ୍ୱାସ୍ଥ୍ୟ ବିଭାଗ ଲଗାତାର ଏହି ଅଂଚଳରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । କରୋନା ସଂକ୍ରମଣ ରୋକିବା ପାଇଁ କଣ୍ଟେନମେଣ୍ଟ ଜୋନରେ ଥିବା ୩ହଜାର୧ଶହ୨୧ଟି ପରିବାରର ୧୩ହଜାର୮ଶହ୫୭ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାର ତଥ୍ୟ ପ୍ରଶାସନ ପକ୍ଷରୁ ସଂଗ୍ରହ କରାଯାଉଛି । ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ କାଶ, ଥଣ୍ଡା, ଜ୍ୱର, ଶ୍ୱାସକ୍ରିୟାରେ ଅସୁବିଧା ଆଦିର ଲକ୍ଷଣ ଦେଖାଦେଉଛି, ତେବେ ସେମାନଙ୍କ ସଙ୍ଗେସେଙ୍ଗେ ଡାକ୍ତରୀ ଦଳ ଚିକିତ୍ସା କରିବା ସହ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଉଛନ୍ତି । ଏଥିପାଇଁ ଲୋକଙ୍କ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ ପାଇଁ ୬୪ଟି ଦଳ, କରୋନା ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ପାଇଁ ୧୩ଗୋଟି ମେଡିକାଲ ଟିମ ଗଠନ କରାଯାଇଛି । ଏହି ଟିମରେ ମେଡିକାଲ ଅଫିସର, ଷ୍ଟାଫ ନର୍ସ, ଏଏନଏମ ଅଛନ୍ତି । ଏହାବାଦ ତଥ୍ୟ ସଂଗ୍ରହ ପାଇଁ ରିଜର୍ଭରେ ୧୩ଟି ଦଳ ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗୋଟିଏ ମେଡିକାଲ ଦଳ ମଧ୍ୟ ଗଠନ କରାଯାଇଛି । ଅନ୍ୟପଟେ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ନିୟମ ଅବମାନନା କରି ଘରୁ ବାହରୁଥିବା ଅମାନିଆ ଲୋକଙ୍କୁ ପୁଲିସ ବୁଝା ସୁଝା କରି କଣ୍ଟେନମେଣ୍ଟ ଜୋନରେ ଚଳ ପ୍ରଚଳ ନ କରିବାସହ ଆବଶ୍ୟକ ସ୍ଥଳେ ପ୍ରହାର ମଧ୍ୟ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking