32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଆମେରିକା ଗସ୍ତର ପ୍ରଥମ ଦିନରେ, ପ୍ରଧାନମନ୍ତ୍ରୀ ୫ ସିଇଓଙ୍କ ସହ କଲେ ଆଲୋଚନା

ଆମେରିକା ଗସ୍ତର ପ୍ରଥମ ଦିନରେ, ପ୍ରଧାନମନ୍ତ୍ରୀ ୫ ସିଇଓଙ୍କ ସହ କଲେ ଆଲୋଚନା

ୱାଶିଂଟନ:  ଆମେରିକା ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ୫ଟି ପ୍ରମୁଖ କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ସହ ପୃଥକ ଆଲୋଚନା କରିଛନ୍ତି । ଏମାନେ ହେଲେ କ୍ୱାଲକମ୍ ସିଇଓ କ୍ରିଷ୍ଟିଆନୋ ଏମନ୍‌, ଆଡୋବ୍ ସିଇଓ ଶାନ୍ତନୁ ନାରାୟଣ, ଫାଷ୍ଟ ସୋଲାର ସିଇଓ ମାର୍କ ୱିଡ୍‌ମାର, ଜେନେରାଲ ଆଟୋମିକ୍ସ ସିଇଓ ବିବେକ ଲାଲ ଓ ବ୍ଲାକ୍‌ଷ୍ଟୋନ ସିଇଓ ଷ୍ଟିଫେନ ସ୍କ୍ୱାର୍ଜମ୍ୟାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍‌୍‌ସ୍ଥିତ ୱିଲାର୍ଡ କଣ୍ଟିନେଣ୍ଟାଲ୍‌ରେ ବ୍ଲାକ୍‌ଷ୍ଟୋନ୍‌ର ଅଧ୍ୟକ୍ଷ ଷ୍ଟିଫେନ୍ ଏ ସ୍କ୍ୱାର୍ଜର୍ମାନଙ୍କ ସହିତ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସ୍କ୍ୱାର୍ଜର୍ର୍ମାନ୍ ଆମେରିକା ବିରୋଧୀ ଦଳ ରିପବ୍ଲିକାନର ସଦସ୍ୟ ଅଛନ୍ତି । ସ୍କ୍ୱାର୍ଜର୍ର୍ମାନ୍‌ଙ୍କ ସହି ମୋଦୀଙ୍କର ବୈଠକ ରିପବ୍ଲିକାନ୍ ନେତାଙ୍କ ସହିତ ଭଲ ସମ୍ପର୍କ ଜାରି ରଖିବା ନେଇ ଉଦ୍ୟମ ବୋଲି ଆଲୋଚନା ହେଉଛି । ନରେନ୍ଦ୍ର ମୋଦୀ ଆମେରିକା ପ୍ରବାସରେ ପ୍ରଥମେ କ୍ୱାଲ୍‌କମ୍‌ର ସିଇଓ କ୍ରିଷ୍ଟିଆନୋ ଆର୍ ଏମୋନ୍‌ଙ୍କ ସହିତ ସାକ୍ଷାତ୍ କରିଛନ୍ତି । ମୋଦୀ କ୍ରିଷ୍ଟିଆନୋଙ୍କୁ ଭାରତରେ ଉପଲବ୍‌ଧ ଅବସର ସମ୍ବନ୍ଧରେ ସୂଚନା ଦେଇଛନ୍ତି ।

ଅପରପକ୍ଷରେ କ୍ୱାଲ୍‌କମ୍‌ର ସିଇଓ ଭାରତରେ ୫ଜି ସେକ୍ଟର ସମେତ ବିଭିନ୍ ସେକ୍ଟରେ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ ତଥା ଆଲୋଚନା ଫଳପ୍ରଦ ରହିଛି । ଭାରତ ସହିତ କାମ କରିବାରେ ଆମକୁ ଖୁସି ମିଳିବ । ଭାରତ ସହିତ ମିଳିତ ଭାବେ ସେମି କଣ୍ଡକ୍ଟର ଉତ୍ପାଦନ ଦିଗରେ କାମ କରିବାକୁ ଆଗ୍ରହ ରହିଛି ବୋଲି କ୍ରିଷ୍ଟିଆନୋ ସୂଚନା ଦେଇଛନ୍ତି । ଭାରତରେ ମହତ୍ତ୍ୱାକାଂକ୍ଷୀ ପରିଯୋଜନାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଜି କ୍ଷେତ୍ରରେ କାମ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି । ଏହାବ୍ୟତୀତ ମୋଦୀ ଫର୍ଷ୍ଟ ସୋଲାର୍ କମ୍ପାନୀର ସିଇଓ ମାର୍କ  ୱିଡ୍‌ମାରଙ୍କ ସହିତ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱିଡ୍‌ମାରଙ୍କୁ ଦେଶରେ ସ୍ୱଚ୍ଛଶକ୍ତି କ୍ଷେତ୍ରରେ ଅଗ୍ରଗତି ସମ୍ବନ୍ଧରେ ସୂଚନା ଦେବା ସହିତ ସୌରଶକ୍ତି ତଥା ବିଭିନ୍ନ ଉତ୍ପାଦନ କ୍ଷେତ୍ରରେ ସରକାର ଦେଉଥିବା ପ୍ରୋତ୍ସାହନ ସମ୍ବନ୍ଧରେ ସୂଚନା ଦେଇଥିଲେ ।

ଭାରତ ସରକାର ଟ୍ରେଡ୍ ଓ ଇଣ୍ଡଷ୍ଟ୍ରି ମଧ୍ୟରେ ଉଚ୍ଚକୋଟୀର ତାଳମେଳ ରଖିଛନ୍ତି । ଭାରତରେ ଉତ୍ପାଦନ କାରଖାନା ସ୍ଥାପନ କରିବାର ସମ୍ଭାବନା ନେଇ ସେ ଆଶା ପ୍ରକାଶ କରିଛନ୍ତି । ଏହାବ୍ୟତୀ ଆଡୋବ୍‌ର ଅଧ୍ୟକ୍ଷ ଶାନ୍ତନୁ ନାରାୟଣଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି । ଶାନ୍ତନୁଙ୍କ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ତଥା ରିସର୍ଚ୍ଚ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ ଚର୍ଚ୍ଚା ହୋଇଥିଲା। ଭାରତର ଯୁବବର୍ଗ ଦ୍ରୁତ ଗତିରେ ଷ୍ଟାର୍ଟଅପ୍ ଦିଗରେ ଅଗ୍ରସର ହେଉଛନ୍ତି । ମଲ୍ଟମେଡିଆ ସଫ୍ଟୱେୟାର୍ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଆଡୋବ୍ ଭାରତରେ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛି ବୋଲି ସୂଚନା ମିଳିଛି ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେନେରାଲ୍ ଆଟୋମିକ୍‌ର ସିଇଓ ବିବେକଲାଲ୍‌ଙ୍କ ସହିତ ସାକ୍ଷାତ କରିଛନ୍ତି । ପ୍ରତିରକ୍ଷା ଉତ୍ପାଦନରେ ବୃଦ୍ଧି ତଥା ବୈଶ୍ୱିକ ସହଯୋଗ ବୃଦ୍ଧି କରିବା ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିବେକଲାଲ୍‌ଙ୍କ ସହିତ ମୋଦୀ ଆଲୋଚନା କରିଛନ୍ତି । ମୋଦୀ ପ୍ରିଡେଟର୍ ଡ୍ରୋନ୍ ଟେକ୍‌ନୋଲୋଜୀ ପ୍ରସଙ୍ଗରେ ମିଳିତ ଭାବେ କାମ କରିବା ନେଇ ବିବେକଲାଲ୍‌ଙ୍କୁ ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରିଡେଟର୍ ଡ୍ରୋନ୍ ୫୦ ହଜାର ଫୁଟ୍ ଉଚ୍ଚତାରେ କ୍ରମାଗତ ଭାବେ ୨୭ ଘଣ୍ଟା ପର୍ଯ୍ୟନ୍ତ ଉଡାଣ କରିପାରେ। ଏହାବ୍ୟତୀତ ଏଥିରେ ଆକାଶମାର୍ଗରୁ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରହିଛି । ଏହି ଡ୍ରୋନ୍‌ରେ ଲେଜର୍ ଓ ସେନ୍ସର ଗାଇଡେଡ୍ ବମ୍ ବହନ କରିବାର କ୍ଷମତା ମଧ୍ୟ ରହିଛି । ସୂଚନାଯୋଗ୍ୟ ଯେ ବିବେକଲାଲ୍ ଦୁନିଆର ପ୍ରତିରକ୍ଷା ବିଭାଗର ଜଣେ ପ୍ରମୁଖ ବୈଜ୍ଞାନିକ ଭାବେ ପରିଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking