31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଆଜି ଓଡ଼ିଶା ଆସୁଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ଆଜି ଓଡ଼ିଶା ଆସୁଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ଭୁବନେଶ୍ୱର:  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ କଟକ ଠାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ସନ୍ଧ୍ୟା ୭ଟା ୫୫ ମିନିଟ୍‌ରେ ଜଷ୍ଟିସ୍ ରମନ୍ନା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ପହଞ୍ଚିବେ । ରାଜଭବନରେ ରାତ୍ର ରହଣୀ ପରେ ସେ ଶନିବାର ସକାଳୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଫେରି ପ୍ରଧାନ ବିଚାରପତି କଟକ ଗସ୍ତ କରିବେ । ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ନୂଆ ଅଟ୍ଟାଳିକାକୁ ଜଷ୍ଟିସ ରମନ୍ନା ଉଦ୍‌ଘାଟନ କରିବେ । ଏଥିସହ ଆଇନ ସେବା ଭବନର ଲୋକାର୍ପଣ ସାଙ୍ଗକୁ ହାଇକୋର୍ଟର ଡିଜିଟାଇଜେସନ୍ ସେଣ୍ଟର ଏବଂ ରେକର୍ଡ ରୁମ୍ ପରିଦର୍ଶନରେ ଯିବେ ।

ପରେ ପ୍ରଧାନ ବିଚାରପତି ଜୁଡିସିଆଲ ଏକାଡେମୀର ଅଡିଟୋରିଅମ୍ ଉଦ୍‌ଘାଟନ କରିବା ସହ ହାଇକୋର୍ଟର ନୂଆ ଅଟ୍ଟାଳିକା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଦିନ ଯାକର କାର୍ଯ୍ୟକ୍ରମ ସାରି ଜଷ୍ଟିସ୍ ରମନ୍ନା ସନ୍ଧ୍ୟା ୬ଟା ୪୦ ମିନିଟ୍‌ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ପ୍ରଧାନ ବିଚାରପତିଙ୍କ ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ଶ୍ରୀଜୀଉଙ୍କ ଦର୍ଶନ କରିବା । କାରଣ ସେ ମହାପ୍ରଭୁଙ୍କର ବଡ଼ ଭକ୍ତ ଅଟନ୍ତି । ପ୍ରଧାନ ବିଚାରପତି ନହେବା ପୂର୍ବରୁ ସେ ୨୦୧୯ ଏବଂ ୨୦୨୦ରେ ଦୁଇଥର ପୁରୀ ଆସିଥିଲେ ଜଗନ୍ନାଥଙ୍କ ଦର୍ଶନ ପାଇଁ । ଗତବର୍ଷ ଜାନୁଆରୀ ୨୫ରେ କରୋନା ମହାମାରୀ ଜଟିଳ ହେବାର ଠିକ୍ ପୂର୍ବରୁ ସପତ୍ନୀକ ପୁରୀ ଆସିଥିଲେ ।

ଏହି ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର, ପୁରୀ ଜିଲ୍ଲାପାଳ ଏବଂ ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଚଳିତ ବର୍ଷ ପୁରୀ ପରି କେନ୍ଦ୍ରାପଡ଼ା, ନୀଳଗିରି, ବାରିପଦା ଆଦି ସ୍ଥାନରେ ରଥଯାତ୍ରାକୁ ଅନୁମତି ପାଇଁ ଦାବି ଉଠିଥିଲା। ପରେ ମାମଲା ହାଇକୋର୍ଟରୁ ଯାଇ ସୁପ୍ରିମ୍ କୋର୍ଟରେ ପହଞ୍ଚିଥିଲା । ଏହି ସମୟରେ ମାମଲାର ଶୁଣାଣି ନିଜେ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା କରିଥିଲେ । କୋଭିଡ୍ କାରଣରୁ ପିଟିସନ୍‌ଗୁଡ଼ିକୁ ସେ ବାଧ୍ୟହୋଇ ଖାରଜ କରିଥିଲେ ।

ମାତ୍ର, ଏଥିପାଇଁ ଗଭୀର ଦୁଃଖପ୍ରକାଶ କରିଥିଲେ । ସେ ନିଜେ ଚଳିତ ବର୍ଷ ରଥଯାତ୍ରାରେ ଯୋଗଦେବା ଲାଗି ଚିନ୍ତା କରିଥିଲେ । ମାତ୍ର, ତାହା ସମ୍ଭବ ହେଲାନାହିଁ । ସମସ୍ତଙ୍କ ପରି ସେ ଟିଭିରେ ଠାକୁରଙ୍କ ଦର୍ଶନ କରିବେ ବୋଲି ଜଣାଇଥିଲେ । ଯେକୌଣସି ସ୍ଥାନରୁ ପ୍ରଭୁଙ୍କୁ ଭକ୍ତିଅର୍ଘ୍ୟ ଅର୍ପଣ କରାଯାଇପାରିବ ଏବଂ ପରମେଶ୍ୱରଙ୍କ କୃପା ହେଲେ ଆସନ୍ତାବର୍ଷ ଧୁମ୍‌ଧାମରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ରାୟ ଶୁଣାଇବା ବେଳେ କହିଥିଲେ ପ୍ରଧାନ ବିଚାରପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking