32.1 C
Bhubaneswar
Saturday, May 4, 2024
Homeଓଡିଶାଜେଲ୍ ଗଲା ପୁତ୍ର ହତ୍ୟାକାରୀ

ଜେଲ୍ ଗଲା ପୁତ୍ର ହତ୍ୟାକାରୀ

ନରାଜ:  ବାରଙ୍ଗ ଥାନା ବେଣ୍ଟୁଆ ଗ୍ରାମର ପୁତ୍ର ହତ୍ୟାକାରୀ ଯଦୁମଣି ମୁଣ୍ଡାଙ୍କୁ ଜେଲ୍ ଯିବାକୁ ପଡ଼ିଛି । ନିଜ ପୁଅ ଛାତିକୁ ଗୁଳିକରି ହତ୍ୟା କରିଥିବା ବାରଙ୍ଗ ଥାନାରେ ଗୁରୁବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସୂଚନା ଦେଇଛନ୍ତି ଏସିପି ଚନ୍ଦନ ଘଡ଼େଇ । ଗତ ୧୦ତରିଖର ଏହି ଘଟଣାକୁ ଏନେଇ ମୃତକଙ୍କ ଭାଇ ଗଣେଶ ମୁଣ୍ଡା ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ଥିବା ଅଭିଯୁକ୍ତ ଯଦୁମଣି ମୁଣ୍ଡା ନାମରେ ପୁଲିସ ଏକ ହତ୍ୟା ମାମଲା ରୁଜୁକରିଥିଲା । ଥାନା ଅଧିକାରୀ ଆକାଶଚନ୍ଦ୍ର ରଣା ଓ ଗୋଡ଼ିସାହି ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ ଅନୁସନ୍ଧାନ ଜାରି ରଖିଥିଲେ ।

ଗତକାଲି ଚନ୍ଦକା-ଡମପଡ଼ା ଅଭ୍ୟୟାରଣ୍ୟ ଭାଲୁଙ୍କା ଜଙ୍ଗଲରୁ ଅଭିଯୁକ୍ତ ଯଦୁମଣିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସାମାନ୍ୟ ପରିବା ବ୍ୟବସାୟର ଟଙ୍କା ଭାଗ ବଣ୍ଟାକୁ ନେଇ ଏପରି କାଣ୍ଡ ଘଟାଇଥିବା ପୁଲିସ ଆଗରେ ଦୋଷ ସ୍ୱୀକାର କରିଛି ଯଦୁମଣି । ପୁଅକୁ ହତ୍ୟା କରିବା ପରେ ଅନୁତପ୍ତ ବୋଲି ପୁଲିସ ଆଗରେ ସ୍ୱୀକାର କରିଛି । ସୂଚନାଯୋଗ୍ୟ ପୁଅକୁ ହତ୍ୟା କରିବାପରେ ନିଜ ବନ୍ଧୁକକୁ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଶ୍ରୀବନ୍ତପୁର ପଞ୍ଚାୟତ ତଥା ଥାନାଠାରୁ ୩୦୦ମିଟର ଦୂରରେ ଥିବା ଗଦେଇକୁଦସ୍ଥିତ ପାନୀୟଜଳ ପ୍ରକଳ୍ପ ପରିସର ମଧ୍ୟରେ ଉଠିଥିବା ଅନାବନା ଗଛ ଭିତରେ ବନ୍ଧୁକଟିକୁ ଲୁଚାଇ ଚାଲି ଚାଲି ବାରଙ୍ଗ ଷ୍ଟେସନ ନିକଟକୁ ଯାଇଥିଲା । ସେଠାରେ କିଛି ସମୟ ବସିଥିଲା ।

କାଳେ ତାକୁ ପୁଲିସ ଧରିନେବ ଭାବି ସେ ଏକ ଯାତ୍ରୀବାହୀ ଟ୍ରେନ୍‌ରେ ସେଠାରୁ ପଳାଇ ଯାଇଥିଲା । ଟ୍ରେନ୍‌ଟି ମଞ୍ଚେଶ୍ୱର ଷ୍ଟେସନରେ ଛିଡ଼ା ହେବା ପରେ ଟ୍ରେନ୍‌ରୁ ଓଲ୍ଲାଇ ପଳାଶୁଣିରେ ଥିବା ତାଙ୍କର ଏକ ସମ୍ପର୍କୀୟଙ୍କ ଘରକୁ ଯାଇଥିଲା । ସେଠାରେ ତାର ସମ୍ପର୍କୀୟକୁ ସମସ୍ତ ବିଷୟରେ କହି ପୁଅକୁ ମାରି ଦେଇଥିବା କହି କାନ୍ଦିଥିଲା । ପରଦିନ ସକାଳୁ ସମ୍ପର୍କୀୟଙ୍କଠାରୁ କିଛି ଟଙ୍କା ମାଗି ପୁଣି ଟ୍ରେନ୍‌ଯୋଗେ ପଳାଇ ଆସି ଭାଲୁଙ୍କା ଜଙ୍ଗଲରେ ଲୁଚି ରହିଥିଲା ବୋଲି ଏସିପି ଶ୍ରୀ ଘଡ଼େଇ କହିଛନ୍ତି । ପୁଲିସ ଭାଲୁଙ୍କା ନିକଟ ଜଙ୍ଗଲରେ ଖୋଜାଖୋଜି କରି ବୁଧବାର ଗିରଫ କରି ଥାନାକୁ ଆଣିଥିଲେ । ପରେ କଥା ଆଦାୟ କରି ସିଙ୍ଗଲ୍ ବ୍ୟାରେଲ୍ ଦେଶୀ ବନ୍ଧୁକଟିକୁ ଉଦ୍ଧାର କରିଥିଲା ପୁଲିସ । ଏଥିସହ କୋଭିଡ୍ ଟେଷ୍ଟ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଥିଲା ।  ଜେରାବେଳେ ବନ୍ଧୁକଟି ପଶୁ ଶିକାର କରିବା ପାଇଁ ରଖିଥିବା ପୁଲିସ ଆଗରେ କହିଥିଲା ଅଭିଯୁକ୍ତ ଜଦୁମଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking