33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଧାନବାଦ ବିଚାରପତିଙ୍କୁ ହତ୍ୟା ମାମଲା, ଅଟୋଚାଳକ ଜାଣିଶୁଣି ଅଟୋ ଚଢାଇଥିଲା: ସିବିଆଇ

ଧାନବାଦ ବିଚାରପତିଙ୍କୁ ହତ୍ୟା ମାମଲା, ଅଟୋଚାଳକ ଜାଣିଶୁଣି ଅଟୋ ଚଢାଇଥିଲା: ସିବିଆଇ

ରାଞ୍ଚି :  ଚଳିତବର୍ଷ ଜୁଲାଇ ୨୮ରେ ଝାଡ଼ଖଣ୍ଡର ଧାନବାଦରେ କାର୍ଯ୍ୟରତ ଜଣେ ବିଚାରପତିଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ସିବିଆଇ ପକ୍ଷରୁ ଗୁରୁବାର ଝାଡ଼ଖଣ୍ଡ ହାଇକୋର୍ଟରେ ପ୍ରାଥମିକ ରିପୋର୍ଟ ଦାଖଲ କରାଯାଇଛି । ଉକ୍ତ ଦିନ ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃଭ୍ରମଣରେ ବାହାରିଥିବାବେଳେ ପଛରୁ ଆସୁଥିବା ଅଟୋଚାଳକ ଉଦ୍ଦେଶ୍ୟମୂଳକଭାବେ ତାଙ୍କୁ ଧକ୍କା ଦେଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ, ଦୁର୍ଘଟଣାର ଥ୍ରୀ-ଡି ବିଶ୍ଲେଷଣ, ଫରେନସିକ୍ ବିଭାଗର ତଥ୍ୟକୁ ଆଧାର କରି ସିବିଆଇ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ।

ପ୍ରମାଣ ଯୋଗାଡ କରିବାକୁ ସିବିଆଇ ପକ୍ଷରୁ ଗୁଜରାଟର ଗାନ୍ଧିନଗର, ମୁମ୍ବାଇ ଓ ଦିଲ୍ଲୀରୁ ଫରେନସିକ୍ ଦଳର ସହାୟତା ନିଆଯାଇଥିଲା। ସିବିଆଇର ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଫରେନସିକ୍ ରିପୋର୍ଟ ସହ ସାକ୍ଷ୍ୟ ପ୍ରମାଣକୁ ଏକାଠି କରି ମାମଲାର ତଦନ୍ତ ପ୍ରକ୍ରିୟାକୁ ଖୁବଶୀଘ୍ର ଶେଷ କରାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି । ଗିରଫ ହୋଇଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ଯଥା ଅଟୋ ଡ୍ରାଇଭର ଲକ୍ଷ୍ମଣ ବର୍ମା ଓ ସହଯୋଗୀ ରାହୁଲ ବର୍ମାଙ୍କର ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଙ୍ଗ୍ ଓ ଲାଏ ଡିଟେକସନ୍ ଟେଷ୍ଟ ଇତିମଧ୍ୟରେ କରାଯାଇସାରିଛି । ଏହି ବହୁଚର୍ଚ୍ଚିତ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟା ଶିଥିଳ ହେଉଥିବାରୁ ସୁପ୍ରିମକୋର୍ଟ କିଛିଦିନ ପୂର୍ବେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking