32.1 C
Bhubaneswar
Friday, April 26, 2024
Homeଓଡିଶାଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଆଜି ପରଲୋକ ହୋଇଯାଇଛି । ୭୨ ବର୍ଷ ବୟସରେ ଜଟଣୀସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଂଜରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଘରେ ବସିଥିବା ବେଳେ ହୃଦଘାତରେ ଟଳି ପଡିଲେ ରାଜୁ ମିଶ୍ର । ତେବେ ଅନେକ ସୁପର ହିଟ୍ ଫିଲ୍ମରେ ସେ ନିରର୍ଦ୍ଦେଶନା ଦେଇଥିଲେ । ହିଟ ଫିଲ୍ମ ‘ଚକା ଆଖି ସବୁ ଦେଖୁଛି’, ‘ପୁଅ ମୋର କଳା ଠାକୁର’, ‘ସାଗର ଗଙ୍ଗା’, ‘ରୂପା ଗାଁର ସୁନା କନିଆଁ’, ‘ସତ ମିଛ’ ଭଳି ସିନେମାରେ ସେ ନିର୍ଦ୍ଦେଶନା ଛାପ ଛାଡିଛନ୍ତି । ଜୟଦେବ ସମ୍ମାନ ସହ ଅନେକ ପୁରସ୍କାର ଲାଭ କରିଥିଲେ ରାଜୁ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking