39.1 C
Bhubaneswar
Friday, April 26, 2024
Homeଅପରାଧସ୍ତ୍ରୀର ପ୍ରେମ ସମ୍ପର୍କକୁ ସହି ନପାରି ସ୍ୱାମୀ କ’ଣ କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ସ୍ତ୍ରୀର ପ୍ରେମ ସମ୍ପର୍କକୁ ସହି ନପାରି ସ୍ୱାମୀ କ’ଣ କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ : ଅବୈଧ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ସ୍ୱାମୀର ହତ୍ୟା ଓ ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଯାଇଛି ସାଉଥ୍ ଦିଲ୍ଲୀର ହଜ୍‌କଜ୍ ଠାରେ ।ସାହିଲ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ପ୍ରେମ ସମ୍ପର୍କ ଥିବା ସନ୍ଦେହରେ ସମ୍ପର୍କୀୟଙ୍କୁହତ୍ୟା କରିବାସହ ନିଜେ ଆତ୍ମହତ୍ୟା କରିଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ୨ଜଣଙ୍କୁ ଡ଼ାକ୍ତରଖାନା ପଠାଇବାପରେ ଡ଼ାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ପୋଲିସ୍‌ର ତଦନ୍ତ ଅନୂସାରେ ସାହିଲ୍ ସବୁବେଳେ ନିଜ ପତ୍ନୀକୁ ସମ୍ପର୍କୀୟ ଇମ୍ରାନ ସହ ପ୍ରେମ ସମ୍ପର୍କ ଥିବାର ସନ୍ଦେହ କରୁଥିଲା ଓ ନିଜେ ମଧ୍ୟ କିଛିଦିନ ହେବ ମାନସିକ ଚାପରେ ରହୁଥିଲା ।ଏହାକୁ ନେଇ ତାଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା ।ସେଥିପାଇଁ ସ୍ତ୍ରୀ ନିଜ ଛୁଆକୁ ନେଇ ତାଙ୍କ ବାପାଙ୍କ ଘରକୁ ଚାଲିଯାଇଥିଲା ରବିବାର ଦିନ ସାହିଲ୍ ତା ଶ୍ୱଶୁର ଘରକୁ ଯାଇ ଛୁଆ ଓ ସ୍ତ୍ରୀକୁ ଭେଟିଥିଲାଓ ଖାଇବା ସାମଗ୍ରୀ ମଧ୍ୟ ଦେଇଥିଲା । ନିଜ ଘରକୁ ଫେରି ରାତିରେ ଇମ୍ରାନ୍‌କୁ ମଦ ପିଇବକୁ ଡ଼ାକିଥିଲା । ମଦ ପିଇବା ମଝିରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ।ଏଥିରେ ପୁର୍ବରୁ ରାଗ ରଖିଥିବା ସାହିଲ୍ ,ଇମରାନ୍‌ର ଗଳା ଚିପି ହତ୍ୟା କରିଥିଲା । ଓ ପରେ ନିଜେ ବେକରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲା । ପରେ ପୋଲିସ୍ ପହଞ୍ଚି୨ ଜଣଙ୍କ ମୃତ ଶରୀର ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking