30.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୧୦ କୋଟିରୁ ଅଧିକ ଟଙ୍କା ଡକାୟତି

୧୦ କୋଟିରୁ ଅଧିକ ଟଙ୍କା ଡକାୟତି

ଭୁବନେଶ୍ୱର: ନୟାସଡକ ଆଇଆଇଏଫଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ ବଡ ଡକାୟତି ହୋଇଥିବା ସୂଚନା ମିଳିଛି । ଆଇଆଇଏଫଏଲରୁ ବିପୁଳ ପରିମାଣର ଟଙ୍କା ଏବଂ ସୁନା ଡକାୟତି ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ସେଠାରୁ ପ୍ରାୟ ୧୦ କୋଟିରୁ ଅଧିକ ମୂଲ୍ୟର ଟଙ୍କା, ସୁନା ଡକାୟତି ହୋଇଛି । ଏହି ଘଟଣା ଘଟିବା ପରେ ୪ ଜଣ ଦୁବୃର୍ତ୍ତ ଏହି ଡକାୟତି କରିଥିବା କଟକ ଡିସିପି ସୂଚନା ପ୍ରଦାନ କରିଛନ୍ତି । ତେବେ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ସହ ପାଖ ଦୋକାନ ସିସିଟିଭି ଫୁଟେଜ ପୋଲିସ ଯାଂଚ କରୁଛି । ଘଟଣାସ୍ଥଳରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପହଂଚି ଏହାର ତଦନ୍ତ କରୁଥିବା ଜଣାପଡିଛି । ଆଜି ୪ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଫାଇନାନ୍ସ କମ୍ପାନୀ ଭିତରେ ପଶି କର୍ମଚାରୀଙ୍କୁ ଭୟଭୀତ କରି ଲୁଟ୍ କରିଥିଲେ। ତେବେ ଡକାୟତମାନେ କେତେ ଟଙ୍କା ଓ ସୁନା ଗହଣା ଲୁଟ କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ। ଏବେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking