38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଶୀତ ଦିନେ ମୁହଁ ଓ ଓଠର ଯତ୍ନ ନେବେ କିପରି

ଶୀତ ଦିନେ ମୁହଁ ଓ ଓଠର ଯତ୍ନ ନେବେ କିପରି

ଭୁବନେଶ୍ୱର: ଶୀତଦିନ ଆସିବା ମାତ୍ରେ ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡନ୍ତି । କାରଣ ଶୀତଦିନରେ ବେଶିମାତ୍ରାରେ ଚର୍ମ ଶୁଷ୍କ ହୋଇଯାଏ । ଫଳରେ ତ୍ୱଚାରେ ବି ଏହାର ପ୍ରଭାବ ପଡେ । ମୁହଁ ହାତ ଶୁଖିଲା ଶୁଖିଲା ହେବା ସହ ଓଠ ବି ଫାଟେ । ସେଥିପାଇଁ ସମସ୍ତେ ବିଭିନ୍ନ ପ୍ରକାର ମଏଶ୍ଚରାଇଜର କ୍ରିମ ବ୍ୟବହାର କରନ୍ତି । ହେଲେ ଆମେ ଆପଣଙ୍କୁ ଆଜି କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ୱାରା ଆପଣ ନିଜ ତ୍ୱଚା ଓ ଓଠକୁ ମୁଲାୟମ ରଖିପାରିବେ ।

ଓଠ ଫାଟିଥିଲେ ଉଷୁମ ପାଣିରେ ତୁଳ ବୁଡ଼ାଇ ଓଠକୁ ପୋଛିଦିଅନ୍ତୁ ଓ କ୍ଷୀର ସର ଲଗାନ୍ତୁ

ସଜ ଗୋଲାପ ପାଖୁଡ଼ା ବାଟି କଞ୍ଚା କ୍ଷୀର କିମ୍ବା ଗ୍ଲିସେରିନ୍‌ରେ ଗୋଳାଇ ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳେ

ଓଠରେ ମହୁ, ନଡ଼ିଆ ତେଲ କିମ୍ବା ଅଲିଭ୍‌ ତେଲ ଲଗାନ୍ତୁ। ଏହାଦ୍ୱାରା ଓଠ ଫାଟିବ ନାହିଁ ବରଂ ନରମ ରହିବ

ରାତିରେ ଶୋଇବା ପୂର୍ବରୁ ଲେମ୍ବୁ ରସ ଓ ମହୁରେ ଜଡ଼ା ତେଲ ଫେଣ୍ଟି ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା କମେ

ଶୀତ ଦିନେ ଅଧିକ ପାଣି ପିଅନ୍ତୁ। ଜଳଶୁଷ୍କତା ପ୍ରତି ଦିନ ଓଠରେ ଥରେ, ଦୁଇ ଥର ଘିକୁଆଁରୀ ରସ ଲଗାଇବା ଦ୍ୱାରା ଓଠକୁ ଆର୍ଦ୍ର ରହିବ, ଫାଟିବ ନାହିଁ ଏବଂ ସମସ୍ୟାରୁ ଅତି ସହଜରେ ଆପଣଙ୍କୁ ଛୁଟକାରା ମିଳିବ 

କ୍ରିମ ପରିବର୍ତ୍ତେ ମୁହଁରେ ମରା ନଡିଆ ତେଲ ଲଗାନ୍ତୁ
ରାତିରେ ଶୋଇବା ପୂର୍ବରୁ ଘିକୁଆଁରୀ ଜେଲ ସହିତ ଗୋଲାପଜଳ ମିଶ୍ରିତ କରି ଲଗାନ୍ତୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking