ପୋଲିସ ସହ ଧସ୍ତାଧସ୍ତିରୁ ମୃତ୍ୟୁ: ଏସପି

ପୁରୀ: ପୋଲିସ ମାଡରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ ଘଟଣାରେ ପୋଲିସ ସହ ଧସ୍ତାଧସ୍ତି ଯୋଗୁଁ ଅଭିଯୁକ୍ତର ମୃତ୍ୟୁ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ଏସପି ଅଖିଳେଶ୍ୱର ସିଂହ । କେ. ଋମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ଖବର ରହିଥିଲା । ତାକୁ ଧରିବା ବେଳେ ପୋଲିସ ସହ ତାର ଧସ୍ତଧସ୍ତି ହୋଇଥିଲା । ପରେ ସେଠାରୁ ତାକୁ ହସ୍ପିଟାଲ ଅଣାଯାଇଥିଲା । ମାତ୍ର ସେଠାରେ ତାର ମୃତ୍ୟୁ ହୋଇଥିବା ନେଇ ଘୋଷଣା ହୋଇଥିଲା । ଖାଲି ଏତିକି ନୁହେଁ, ଧସ୍ତାଧସ୍ତିରେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ବାସେଳୀସାହି ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି । ଗାଇଡଲାଇନ ଅନୁସାରେ ଏହି ଘଟଣାର ତଦନ୍ତ କରାଯିବ ବୋବି ଏସପି କହିଛନ୍ତି । ହାଜତମୃତ୍ୟୁ ପାଇଁ ଯେଉଁ ଗାଇଡଲାଇନ ଅଛି, ତା ଅନୁସାରେ ତଦନ୍ତ ହେବ । ଏନଏଚଆରସିଙ୍କ ଗାଇଡଲାଇନ ଅନୁସାରେ ତଦନ୍ତ କରାଯିବ । ପୋଲିସ ମାଡରେ ମୃତ୍ୟୁ ଘଟିଛି ବୋଲି ଯାହା କୁହାଯାଉଛି, ସତ ନୁହେଁ । ଗତକାଲି ପୁରୀ ଜିଲ୍ଲା ବାସେଳି ସାହି ଥାନା ପୁଲିସ୍‌ ହେପାଜତରେ ଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି । ଏ ଘଟଣାକୁ ନେଇ ପୁରୀ ହସ୍‌ପିଟାଲ୍‌ ସମ୍ମୁଖରେ ପୁଲିସ୍ ଓ ଜନତା ମୁହାଁମୁହିଁ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here