32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବହୁ ଏଟିଏମ୍‌ରେ ନାହାନ୍ତି ସୁରକ୍ଷାଗାର୍ଡ଼, ବିପଦକୁ ଆମନ୍ତ୍ରଣ!

ବହୁ ଏଟିଏମ୍‌ରେ ନାହାନ୍ତି ସୁରକ୍ଷାଗାର୍ଡ଼, ବିପଦକୁ ଆମନ୍ତ୍ରଣ!

ରାଉରକେଲା: ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାରେ ଉନ୍ନତି ସାଧିତ ହେବାରେ ଲାଗିଛି । ଏହା ସହିତ ତାଳ ଦେଇ ଆଜିର ଆଧୁନିକ ପିଢୀ ପାଦ ବଢାଇ ଚାଲିଛନ୍ତି । ପୂର୍ବରୁ ଟଙ୍କା ଉଠାଣ ପାଇଁ ବିଭିନ୍ନ ସରକାରୀ ତଥା ବେସରକାରୀ ବ୍ୟାଙ୍କ କାଉଂଟରରେ ଲୋକଙ୍କ ଲମ୍ବାଗହଳି ଘଂଟାଘଂଟା ଧରି ଦେଖିବାକୁ ମିଳୁଥିଲା ବେଳେ, ପରବର୍ତୀ ସମୟରେ ଲୋକେ ସହଜରେ ଓ ସମୟ ଅପଚୟ ନକରି ଏଟିଏମରୁ ନିଜର ଏଟିଏମ କାର୍ଡ଼ ମାଧ୍ୟମରେ ଟଙ୍କା ଉଠାଣ ଅନାୟସ କରି ପାରୁଛନ୍ତି । ମାତ୍ର ସମୟ ସମୟରେ ଏଟିଏମରେ ଯାନ୍ତ୍ରିକ ତ୍ରୁଟି, ଟଙ୍କା ଏଟିଏମରେ ଜମା ନରହିବା ଭଳି ଘଟଣା ସମାନାକୁ ଆସୁଥିବା ବେଳେ,ପରବର୍ତୀ ଅବସ୍ଥାରେ ସଂପୃକ୍ତ ଏଟିଏମର ଅସୁବିଧା ଗୁଡ଼ିକ ସଂପୃକ୍ତ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ପରେ ଠିକ କରାଯାଉଛି । ଅପରପକ୍ଷରେ ଦକ୍ଷିଣ ରାଉରକେଲାରେ ଥିବା କିଛି ବ୍ୟାଙ୍କ ଗୁଡ଼ିକର ବାହାରେ ଅବସ୍ଥାପିତ ଏଟିଏମରେ ଆଦୌ ସୁରକ୍ଷା କର୍ମୀ ରହୁନଥିବା ବେଳେ, ଏହା ଖୋଲାମେଲା ହୋଇ ପଡ଼ି ରହିବା ଦୃଷ୍ଟି ଗୋଚର ହେଉଛି । ଏପରିସ୍ଥଳେ, ସେହି ଏଟିଏମ୍ ଗୁଡ଼ିକରେ ଚୋରି ଅବା କିଛି ଅଘଟଣ ଘଟିବା ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଘନାଉଛି!
                     ରାଉରକେଲାରେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କର ଏଟିଏମ ଗୁଡ଼ିକ ରହିଛି । ଏହି ସବୁ ଏଟିଏମ ଗୁଡ଼ିକ ମଧ୍ୟରୁ କିଛି ଏଟିଏମରେ ସୁରକ୍ଷା କର୍ମୀ ମୁତୟନ ନାହାନ୍ତି । ଯାହା ଫଳରେ ଏହି ଏଟିଏମ୍ କେତେଯେ, ସୁରକ୍ଷିତ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି  ଏଟିଏମରେ ସୁରକ୍ଷା କର୍ମୀ ଅଭାବରୁ ଏହା ମଧ୍ୟରେ କିଛି ଉଦଭ୍ରାନ୍ତ ଯୁବକ ଅଯଥାରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ତଳେ ଏକ ଏଟିଏମରେ ଦୁଇଟି କୁକୁର ଜରାଜୀର୍ଣ୍ଣ ଅବସ୍ଥାରେ ସ୍ଥାନୀୟ ଲୋକ ଦେଖିବାକୁ ପାଇବା ପରେ, କୁକୁର ଦୁଇଟିକୁ ବାହାର କରିବାକୁ ଲୋକ ମାନଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେହିପରି ଅନ୍ୟ କିଛି ନିର୍ଦ୍ଦିଷ୍ଟ ଏଟିଏମରେ ସୁରକ୍ଷା କର୍ମୀ ରହୁ ନଥିବାରୁ ସାରନଗରୀର ବରିଷ୍ଠ ଲୋକ ଏକୁଟିଆ ଟଙ୍କା ଉଠାଣ କରିବାକୁ ଯିବାକୁ ମନରେ ସଂଶୟ ସୃଷ୍ଟି ହେଉଛି! କୌଣସି କାରଣରୁ ଏଟିଏମ ଖରାପ ହେଲେ, ସେଠାରେ ସୁରକ୍ଷା କର୍ମୀ ନଥିବାରୁ ଟଙ୍କା ଉଠାଣ କରୁଥିବା ବ୍ୟକ୍ତି ମାନେ ତତକ୍ଷାଣତ ଏହି ଅଭିଯୋଗ ସମ୍ପର୍କରେ କାହାକୁ ଜଣାଇ ପାରୁ ନାହାନ୍ତି । ଫଳରେ ବ୍ୟକ୍ତି ଜଣଙ୍କୁ ଅଯଥାରେ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ୁଥିବା ବହୁବାର ନଜିର ରହିିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking