30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ମଡ଼ର୍ଣ୍ଣଇଣ୍ଡିଆ ଗାନ୍ଧି ସ୍କୁଲ ପଛ ପାଖରେ ଥିବା ଏକ ନୂତନ ନିର୍ମାଣଧୀନ ବିଦ୍ୟୁତ ଟାୱାରକୁ ଜଣେ ଯୁବକ ଚଢିଯାଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବାସୂଚନା ଅନୁଯାୟୀ କନଷ୍ଟ୍ରକସନ କଲୋନୀ ଏ-୬୬ରେ ରହୁଥିବା ରଂଜିତ ଶର୍ମାଙ୍କ ପୁତ୍ର ଅନୁଜ ଶର୍ମା (୨୨) ମଡ଼ର୍ଣ୍ଣଇଣ୍ଡିଆସ୍ଥିତ ଗାନ୍ଧି ସ୍କୁଲ ନିକଟରେ ଥିବା ଏକ ବିଦ୍ୟୁତ ଟାୱାରରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଲୋକେ ଦେଖିବାକୁ ପାଇଥିଲେ । ଏଥିରୁ ନିବୃତ ହେବା ପାଇଁ ଲୋକମାନେ ତାଙ୍କୁ ବୁଝାସୁଝା କରୁଥିବାବେଳେ ପରିବାର ଲୋକେ ପହଚିଂ ତଳକୁ ଚାଲି ଆସିବା ପାଇଁ ନେହୁରା ହୋଇଥିଲେ । କିନ୍ତୁ ଅନୁଜ ତଳକୁ ଓହ୍ଲାଇ ନଥିଲେ । ପାଖାପାଖି ୨ଘଂଟା ଧରି ସେ ଲୋକଙ୍କୁ ନାକେଦମ କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଟାଙ୍ଗରପାଲୀ ପୁଲିସ ସମେତ ଓଡ଼ିଶା ଅଗ୍ନିଶମ ବାହିନୀ ଓ ଆରଏସପିର ୨ଟି ଦମକଳବାହିନୀ ଘଟଣାସ୍ଥଳରେ ପହଂଚିଥିଲେ । ତାପରେ ଅଗ୍ନିଶମ ବିଭାଗ ଓ  ସ୍ଥାନୀୟ ପୁଲିସ ବୁଝାସୁଝା କରି ତଳକୁ ଓହ୍ଲାଇ ଥିବାବେଳେ ସେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତି ଯାଇଥିôôôôବା ଜଣାପଡ଼ିଛି । କୌଣସି କାରଣରୁ ଏହି ଯୁବକ ଜଣଙ୍କ ଆତ୍ମହତ୍ୟା କରୁଥିଲେ ତାହା ସ୍ୱଷ୍ଟ ହୋଇନାହିଁ । 

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking