32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଏକ ବର୍ଷ ଆଠ ମାସ ହେଲା କଲମପୁର ତହସିଲଦାର ଙ୍କ ଜମା ଖାତାରୁ ଟଙ୍କା ଗାୟବ...

ଏକ ବର୍ଷ ଆଠ ମାସ ହେଲା କଲମପୁର ତହସିଲଦାର ଙ୍କ ଜମା ଖାତାରୁ ଟଙ୍କା ଗାୟବ !

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କଲମପୁରବ୍ଲକ ତହସିଲଦାରଙ୍କ ଜମା ଖାତାରୁ ଆଜକୁ ଏକ ବର୍ଷଆଠ ମାସ ହେବ 2ଲକ୍ଷ 95ହଜାର ଟଙ୍କା ଗାୟବ ହୋଇ ଆସୁଥିଲା ୧ ବର୍ଷ ୮ ମାସରେ ୩୩ଥର ଉଠାଣ ହୋଇ ପ୍ରାୟ ୨ ଲକ୍ଷ ୯୫ ହଜାର ଟଙ୍କା ଗାୟବ ହୋଇ ଶାରିବା ପରେ ଧରା ପଡିଛି । ଏହି ଟଙ୍କା ଗାୟବ ହେଉଥିବାର ଅସଲ ରହସ୍ୟ, ଅଡିଟ ରିପୋର୍ଟ ଠାରୁ ବ୍ୟାଙ୍କ କର୍ମଚାରୀ ପର୍ଯ୍ୟନ୍ତ କାହାରି ପାଖରେ ଏଭଳି କାରବାର କୌଣସି ସୂଚନା ନ ଥିଲା । ତହସିଲଦାର ଙ୍କ ବିଭାଗୀୟ କଣ୍ଟିଜ୍ବେନସୀ ଜମା ଟଙ୍କା ରୁ ଏହି ଟଙ୍କା ଗାୟବ ହୋଇ ଚାଳିଥିଲା । ଏହାକୁ ସ୍ଥାନୀୟ ଧନପୁର ଗ୍ରାମର ସନ୍ତର ରଣା (୭୫) ଉଠାଣ କରି ବ୍ୟକ୍ତିଗତ କାର୍ଯ୍ୟ ରେ ବିନିଯୋଗ କରି ଚାଳିଥିଲେ ।କୌଣସି ସୂତ୍ରରୁ ଜାଣି ପାରି ତହସିଲଦାର କରିଷ୍ମା ବେଶ୍ରା ପୋଲିସ ର ଆଶ୍ରୟ ନେଇ ସନ୍ତର ରଣା ଙ୍କ ଘରକୁ ଯାଇ ତଦନ୍ତ କରିଥିବା ବେଳେ ସନ୍ତର ରଣାଙ୍କ ଘରୁ ୫୪ ହଜାର ୫ଶହ।ଟଙ୍କା ଉଦ୍ଧାର କରି ତହସିଲ ରେ ଜମା କରି ଦେଇଛନ୍ତି । ଏହାର କାରଣ ଖୋଜିବାରୁ ଜଣାଯାଏ ଯେ ତହସିଲ ଅଫିସ ର ଆକାଉଣ୍ଟ ରେ ସନ୍ତର ରଣାଙ୍କଆଧାର ସଂଯୋଗ ହୋଇଥିବା ଯୋଗୁଁ ବିଭାଗୀୟ ଟଙ୍କାକୁ ସନ୍ତର ରଣା ତାହାକୁ ଉଠାଣ କରି ବ୍ୟକ୍ତିଗତ କାର୍ଯ୍ୟ ରେ ବିନିଯୋଗ କରି ଚାଳିଥିଲେ। ତେବେ ପ୍ରଶ୍ନ ଉଠେ ଅଧିକାରୀ ଙ୍କ ନାମରେ ଖୋଲା ଯାଉଥିବା ଏକାଉଣ୍ଟରେ ଆଧାର ଲିଙ୍କ ଆସିଲା କିପରି ସରକାରୀ ଖାତା ଖୋଲିବା ସମୟରେ ସନ୍ତର ରଣା ଙ୍କ ଆଧାର କାର୍ଡ ସଂଯୋଗ କିଏ ଓ କାହିଁକି କଲା ? କାହିଁକି ତହସିଲଦାର ଏତଲା ଦେଲେ ନାହିଁ । ଯେଉଁ ଯେଉଁ ଠାରୁ ଟଙ୍କା ସନ୍ତର ରଣା ଉଠାଣ କରିଛି ସେଠାରେ ମଧ୍ୟ ପୋଲିସ ତଦନ୍ତ କରିଛି । ବ୍ୟାଙ୍କ କର୍ମଚାରୀ ନ ଥିବା ବେଳେ ପୋଲିସ ଓ ତହସିଲ କର୍ମଚାରୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବଂ ଚୋର ଡକାୟତଙ୍କ ଭଳି ସନ୍ତର ରଣାଓ ତାର ପୁଅକୁ ହଟାତ ଆସି ତାଘରୁ ଉଠାଇନେଇଥିଲେ !
ତଦନ୍ତ ପରିସରରେ ଅନ୍ତର୍ଭୁକ୍ତ କରିଥିଲେ । ସନ୍ତର ରଣା ଟଙ୍କା ଉଠାଣ କରିଛି ବୋଲି ସେମାନେ ଜାଣିଲେ କେମିତି ସନ୍ତର ରଣାଙ୍କ ନାମରେ ଅଭିଯୋଗ ନ କରିବା କିମ୍ବା ବ୍ୟାଙ୍କ ନୋଟିସ ନ ଦେବା ପଛର ଅସଳ କାରଣ କଣ ? ଏଭଳି ଅନେକ ଅସମାହିତ ପ୍ରଶ୍ନ ର ଉତ୍ତର ମିଲି ପାରୁନାହିଁ। ଆମେ ସରକାରୀ ଅଧିକାରୀ ମାନଙ୍କଠୁ ପ୍ରତିକ୍ରିୟା ମାଗିବାରୁ କେହି ବି ମୁହ ଖୋଲୁ ନ ଥିବା ବେଳେ ଏହାକୁ ଚପେଇ ଦେବା ପାଇଁ ଉଦ୍ୟମ କରୁନାହଁନ୍ତିତ !ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ହିଁ ଏହାର ଅସଲରୂପ ପଦାକୁଆସିବିବୋଲି ଚର୍ଚ୍ଚାର ବିଷୟ ପାଲଟୁଛି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking