33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶହେଲିକପ୍ଟର ଦୁର୍ଘଟଣାରେ କେନିଆ ପ୍ରତିରକ୍ଷା ମୁଖ୍ୟଙ୍କ ସହ ୯ ମୃତ

ହେଲିକପ୍ଟର ଦୁର୍ଘଟଣାରେ କେନିଆ ପ୍ରତିରକ୍ଷା ମୁଖ୍ୟଙ୍କ ସହ ୯ ମୃତ

ନାଇରୋବି : ସ୍ଥାନୀୟ ସମୟ ଅନୁସାରେ ଗୁରୁବାର ଏକ ହେଲିକପ୍ଟର ଦୁର୍ଘଟଣାରେ ୬୧ ବର୍ଷିୟ କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନ୍‌ସିସ୍ ଓମୋଣ୍ଡି ଓଗୋଲା ମୃତ୍ୟୁବରଣ କରିଛନ୍ତି । ତାଙ୍କ ସହ ହେଲିକପ୍ଟରରେ ଥିବା ଅନ୍ୟ ୮ ସାମରିକ ଅଧିକାରୀ ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି । କେନିଆ ରାଷ୍ଟ୍ରପତି ୱିଲିୟମ ରୁଟୋ ଘଟଣା ସମ୍ପର୍କରେ ସୂଚନା ଦେବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ୱିଲିୟମ୍ ରୁଟୋଙ୍କ ଅନୁସାରେ ଏକ ଦୁର୍ଗମ ଅଞ୍ଚଳକୁ ସାମରିକ ହେଲିକପ୍ଟର ଯୋଗେ ଗସ୍ତ କରିବା ସମୟରେ ରାଷ୍ଟ୍ର ପ୍ରତିରକ୍ଷା ମୁଖ୍ୟ ଏବଂ ଅନ୍ୟ ୮ ବରିଷ୍ଠ ଅଧିକାରୀ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ତେବେ ହେଲିକପ୍ଟରରେ ଥିବା ଅନ୍ୟ ୨ ସାମରିକ କର୍ମଚାରୀ ସୌଭାଗ୍ୟବଶତଃ ଏହି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ରାଜଧାନୀ ନାଇରୋବିଠାରୁ ପ୍ରାୟ ୪୦୦କିଲୋମିଟର ଦୂରରେ ୨୫୦ କିଲୋମିଟର ଦୂରରେ ଥିବା ଏଲଜେୟୋ ମାରାକେଟ କାଉଣ୍ଟି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବାୟୁସେନାର ଏକ ଅନୁସନ୍ଧାନକାରୀ ଦଳ ଏବେ ସେଠାରେ ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ, ଓଗୋଲା ଜଣେ ତାଲିମପ୍ରାପ୍ତ ଯୁଦ୍ଧ ବିମାନ ପାଇଲଟ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking