40.1 C
Bhubaneswar
Friday, May 3, 2024
Homeଦେଶ ବିଦେଶସ୍କଟଲାଣ୍ଡ୍ ନଦୀରେ ବୁଡ଼ିଗଲେ; ୨ ଭାରତୀୟ ଛାତ୍ର

ସ୍କଟଲାଣ୍ଡ୍ ନଦୀରେ ବୁଡ଼ିଗଲେ; ୨ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣାକ୍ରମେ ସ୍କଟ୍‌ଲାଣ୍ଡର ଡୁଣ୍ଡି ବିଶ୍ୱବିଦ୍ୟାଳୟରେ ଡାଟା ସାଇନ୍ସ ଏବଂ ଇଞ୍ଜିନିୟରିଂରେ ମାଷ୍ଟର୍ସ ଡିଗ୍ରୀ କରୁଥିବା ୨ ଭାରତୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ଏମାନେ ନିଜର କିଛି ସହପାଠୀଙ୍କ ସହ ସ୍କଟ୍‌ଲାଣ୍ଡର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଲିନ୍ ଅଫ୍ ଟମେଲ୍ ବୁଲିବାକୁ ଯାଇଥିବା ବେଳେ ସେଠାରେ ଥିବା ଏକ ଜଳପ୍ରପାତ ନିକଟକୁ ଚାଲିଯାଇଥିଲେ । ଉଭୟଙ୍କୁ ସେମାନଙ୍କ ସହପାଠୀମାନେ ବାରଣ କରିବା ସତ୍ତ୍ୱେ ଉଭୟ ସେଠାକୁ ଯାଇ ଫଟୋ ଉଠାଇବାରେ ବ୍ୟସ୍ତ ରହିଥିଲେ । ତେବେ ଏହି ସମୟରେ ସେମାନଙ୍କ ଗୋଡ ଖସିଯାଇଥିଲା ଏବଂ ସେମାନେ ଜଳପ୍ରପାତରେ ପଡ଼ିଯାଇଥିଲେ । ପରେ ସେମାନଙ୍କୁ ଖୋଜିବା ପାଇଁ ବହୁୂ ପ୍ରୟାସ ସତ୍ତ୍ୱେ ଜଳପ୍ରପାତରୁ ସେମାନଙ୍କ ମୃତଦେହ ଜବତ କରାଯାଇଛି । ସେମାନେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ସ୍କଟଲାଣ୍ଡ୍ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ ଯୁବକ ଦ୍ୱୟ ହେଲେ ୨୬ବର୍ଷୀୟ ଜିତେନ୍ଦ୍ରନାଥ କାରୁତୁରୀ ଏବଂ ୨୨ବର୍ଷୀୟ ଚାଣକ୍ୟ ବୋଲିସେଟ୍ଟି । ସେହିପରି ଲଣ୍ଡନରେ ଥିବା ଭାରତୀୟ ଦୂତାବାସର ଜଣେ ଅଧିକାରୀ ମଧ୍ୟ ଏହି ଘଟଣାକୁ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking