34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜେଲ୍ ପାଇଁ ଜାରି ହେଲା ଏସଓପି

ଜେଲ୍ ପାଇଁ ଜାରି ହେଲା ଏସଓପି

ଭୁବନେଶ୍ୱର : ରାଜ୍ୟରେ କରୋନ ମହାମାରୀ ଦିନକୁ ଦିନ ବଢି ଚାଲିଛି । ସଂକ୍ରମିତ ସଂଖ୍ୟା ହେଉ କି ମୃତ୍ୟୁ ସଂଖ୍ୟା କେଉଁଥିରେ ବି ଲାଗୁ ନାହିଁ ପୂର୍ଣ୍ଣଛେଦ । ଆଜି ଏଭଳି ସ୍ଥିତିରେ ଜେଲ୍‌ରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ଏସଓପି ଜାରି କରାଯାଇଛି । ତେବେ ଜେଲ୍ କୁ ନୂଆ କରି ଆସୁଥିବା ଅଭିଯୁକ୍ତଙ୍କ ପାଇଁ ଗୃହ ବିଭାଗ ତରଫରୁ ଏସଓପି ଜାରି କରାଯାଇଛି । ଏଥର କୋର୍ଟରେ ହାଜର ହେବା ପୂର୍ବରୂୁ ଅଭିଯୁକ୍ତଙ୍କର କୋଭିଡ୍ ପରୀକ୍ଷା କରାଯିବ । ରିମାଣ୍ଡରେ ଅଣାଯିବା ପୂର୍ବରୁ ମେଡିକାଲରେ କୋଭିଡ୍ ପରୀକ୍ଷା କରାଯିବ । ଯଦି କୌଣସି ଅଭିଯୁକ୍ତ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯିବ । କରୋନାରୁ ସୁସ୍ଥ ହେବା ପରେ ହିଁ ଜେଲ୍ କୁ ସ୍ଥାନାନ୍ତରିତ ହୋଇ ପାରିବେ । ନେଗେଟିଭ୍ ରିପୋର୍ଟ ଥିବା ଅଭିଯୁକ୍ତଙ୍କୁ ଜେଲ୍ ଭିତରକୁ ନିଆଯାଇପାରିବ । ଏହି ନେଗେଟିଭ୍ ରିପୋର୍ଟ ଦାଖଲ କରିବା ଜରୁରୀ ରହିବ । ଜେଲ୍ ଭିତରେ ସଂକ୍ରମଣ କିପରି ନ ବ୍ୟାପିବ ସେ ନେଇ ଜେଲ୍ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ।

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩୦ ଜିଲ୍ଲାରୁ ସର୍ବାଧିକ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୨୧୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୧୪୧୭ ଜଣ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୪୧୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

ଏବେ ରାଜ୍ୟରେ ମୋଟ ୧୧୩୪୧୧ ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୨୨ଜଣଙ୍କର ମୃତ୍ୟୁ ହୋଇଛି । ୮୪୦୭୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୨୮୭୬୩ ଜଣ ଏବେ ବି ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking