31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଚକୁଆ ଏବଂ ଜଗାଡିହ ଗାଁର ବନ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରିତିରଞ୍ଜନ ଘଡାଇ

ଚକୁଆ ଏବଂ ଜଗାଡିହ ଗାଁର ବନ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରିତିରଞ୍ଜନ ଘଡାଇ

ଯାଜପୁର : ସ୍ଥାନୀୟ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ଦାନଗଦୀ ବ୍ଲକର ଚକୁଆ ଏବଂ ଜଗାଡିହ ଗାଁର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଏକ କଦଳୀ ଭେଳା ସହାୟତାରେ ବିଧାୟକ ଗାଁକୁ ଯାଇ ଜଳବନ୍ଦୀ ହୋଇ ରହିଥିବା ଅଞ୍ଚଳ ଗୁଡିକ ବୁଲି ଦେଖିଥିଲେ । ବିଧାୟକ ବିପନ୍ନ ଲୋକମାନଙ୍କ ଅବସ୍ଥା ସମ୍ପର୍କରେ ଅବଗତ ହେବା ସହ ଏଭଳି କାରୁଣ୍ୟ ପରିସ୍ଥିତିର ମୁକାବିଲା ପାଇଁ ସେ ପ୍ରସ୍ତୁତ ଥିବା କହିଥିଲେ । ତୁରନ୍ତ ସେମାନଙ୍କୁ କିଭଳି ରିଲିଫ୍ ଓ ଅନ୍ୟାନ୍ୟ ସରକାରୀ ସହାୟତା ମିଳିପାରିବ ସେ ନେଇ ସ୍ଥାନୀୟ ବିଡିଓଙ୍କ ସହ ଆଲୋଚନା କରିଥିଲେ । ବନ୍ୟା ଛାଡିବା ପରେ ତହସିଲ କାର୍ଯ୍ୟାଳୟ ଦ୍ବାରା କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ଏହି ଗସ୍ତ ସମୟରେ ନିର୍ବାଚିତ ଜନପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତା ମାନେ ସାମିଲ ଥିଲେ । ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ପାନୀୟ ଜଳ ଓ ସ୍ବାସ୍ଥ୍ୟସେବା ଆଦି ଯୋଗାଇଦେବା ଉପରେ ବିଧାୟକ ଗୁରୁତ୍ବ ଆରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking