28.1 C
Bhubaneswar
Saturday, April 27, 2024
Homeଓଡିଶାନିର୍ମାଣ ଶ୍ରମିକ ସେବା ସପ୍ତାହ ୨୦୨୦ ପାଳିତ

ନିର୍ମାଣ ଶ୍ରମିକ ସେବା ସପ୍ତାହ ୨୦୨୦ ପାଳିତ

ଭୁବନେଶ୍ୱର: ସାରା ରାଜ୍ୟରେ ଦୁଇ ତାରିଖରୁ ଆଠ ତାରିଖ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ସେବା ସପ୍ତାହ ୨୦୨୦ ପାଳନ କରାଯାଉଛି । ରାଜ୍ୟସ୍ତରୀୟ ଏହି ଉଦଘାଟନ ସମାରୋହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଉପସ୍ଥିତ ସମସ୍ତ ଶ୍ରମିକ ମାନଙ୍କୁ ଉଦବୋଧନ ଦେଇ ନବୀନ କହିଥିଲେ ଯେ, ଶ୍ରମିକମାନଙ୍କ ତ୍ୟାଗ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଓଡିଶା ଆଜି ନିର୍ମାଣ ଓ ବିକାଶ କ୍ଷେତ୍ରରେ ଦୃତ ଗତିରେ ଆଗେଇ ଚାଲିଛି । ଶ୍ରମିକମାନଙ୍କ ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ସେମାନଙ୍କ ସାମାଜିକ ସୁରକ୍ଷା ଓ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାର ବିଭିନ୍ନ ପ୍ରକାର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେଣିକି ସେ ଅଣସଂଗଠିତ ଶ୍ରମିକ ହେଉ, ପ୍ରବାସୀ ଶ୍ରମିକ ହେଉ କିମ୍ବା ନିର୍ମାଣ ଶ୍ରମିକ । ଏହାସହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ୨୯ ଲକ୍ଷରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ପଂଜିକୃତ ହୋଇଛନ୍ତି ଏବଂ ସେମାନଙ୍କୁ ୧୫୧୮ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ନବୀନ କହିଛନ୍ତି । ଅନ୍ୟପଟେ ଓଡିଶା ସରକାରଙ୍କ ନିଷ୍ଠାପର ଉଦ୍ୟମ ଫଳରେ ୨୨ ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି । ନୂଡତ ଜ୍ଞାନ କୌଶଳ ଉପଯୋଗ କରି ଶ୍ରମିକମାନଙ୍କ ପାଖରେ ସେବା ଯୋଗାଇ ହିତାଧିକାରୀଙ୍କୁ ଉପକୃତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ନବୀନ କହିଛନ୍ତି । ନବୀନଙ୍କ ସମେତ ଏହି ସମାରୋହରେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ଅଧିକ କ୍ରିୟାଶୀଳ ଓ ଲୋକଭୀମୁଖୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଜରିଆରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀଯୁକ୍ତ ସିଂ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking