31.1 C
Bhubaneswar
Friday, March 29, 2024
Homeଓଡିଶାଥୁଆମୂଳ ରାମପୁର ପେରମଞ୍ଜି ରେ ପରଜା ଉତ୍ସବ

ଥୁଆମୂଳ ରାମପୁର ପେରମଞ୍ଜି ରେ ପରଜା ଉତ୍ସବ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ସାଂସ୍କୃତି ପରିଷଦ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତା ଭାରତ ସରକାର, ସଂସ୍କୃତି ମନ୍ତ୍ରଣାଳୟ ,ସଂସ୍କୃତି ବିଭାଗ ଓଡ଼ିଶା ସରକାର ଙ୍କ ସୌଜନ୍ୟ ଓ ଶୁଭମ ପୁରୁନାଗୁମା ,କଳିଙ୍ଗ କୁସୁମ ଫାଉଣ୍ଡେସନ ଆୟୋଜନ ରେ ୧୮ ତମ ପରଜା ଉତ୍ସବ କଳାହାଣ୍ଡି ଜିଲ୍ଲା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ପେରମଞ୍ଜି ଠାରେ ଉଦଘାଟିତ ହୋଇଯାଇଛି ।
ମୁଖ୍ୟ ଅତିଥି ସୁଜିତ କୁମାର ସେଠ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ମୁଖ୍ୟବକ୍ତା ପରମେଶ୍ବର ମୁଣ୍ଡ ଆଦିବାସୀ ସଂସ୍କୃତି ଗବେଷକ ସଂମ୍ମାନୀତ ଅତିଥି ଗୌର ହରି ମିଶ୍ର, ଅକ୍ଷୟ ଦାସ ଯୋଗଦେଇଥିଲେ ।
ସୁଶାନ୍ତ ସିଂହ ସଭାପତିତ୍ୱ ସଞ୍ଜୟ କୁମାର ମଞ୍ଚ ପରିଚାଳନା କରିଥିଲେ । ଏହି ପରଜା ଉତ୍ସବ ରେ ଯୋଗଦେବାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ କଳାକାର ଓ ସାଂସ୍କୃତିକ ଦଳ ଭାଗ ନେଇଥିଲେ । ଆସାମର ବୋଡ଼ ଝାଡ଼ଖଣ୍ଡ ର କରମା, ଭବାନୀପାଟଣା ମୃଣ୍ମୟୀ ଅନୁଷ୍ଠାନ ର ବାଜାସାଲ, ଗୋପାଳପୁର ବାଳକ ଉଚ୍ଚ ବିଦ୍ୟାଳୟର ଆଦିବାସୀ ନୃତ୍ୟ ରେ ପରଜା ଉତ୍ସବ ର ପ୍ରଥମ ଦିନ ର ସନ୍ଧ୍ୟା ରେ ବିମୋହିତ ହୋଇ ପଡିଥିଲେ ଦର୍ଶକ । ଏହି ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଦିବାସୀ ସଂସ୍କୃତି ପରମ୍ପରା ଓ ଚଳଣି ର ପ୍ରତିଛବି ଦେଖିବାକୁ ଦର୍ଶକ ମାନଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking