28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ‘ଏନ୍‌ସିପି, କଂଗ୍ରେସ ବିରୋଧରେ ବିଦ୍ରୋହ’

‘ଏନ୍‌ସିପି, କଂଗ୍ରେସ ବିରୋଧରେ ବିଦ୍ରୋହ’

ମୁମ୍ବାଇ: ଅସନ୍ତୁଷ୍ଟ ଶିବସେନା ନେତା ଏକ୍‌ନାଥ୍ ସିନ୍ଧେଙ୍କ ଗୋଷ୍ଠୀର ଜଣେ ସେନା ବିଧାୟକ ବୁଧବାର କହିଛନ୍ତି, ସେନା ନେତୃତ୍ୱ ବିରୋଧରେ ସେମାନଙ୍କର କୌଣସି ଅଭିଯୋଗ ନାହିଁ । କିନ୍ତୁ ରାଜ୍ୟର ମେଣ୍ଟ ସରକାରରେ ଥିବା ଅନ୍ୟ ଦୁଇ ଅଂଶୀଦାର ନ୍ୟାସ୍‌ନାଲିଷ୍ଟ୍ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସର କାର୍ଯ୍ୟଶୈଳୀକୁ ନେଇ ସେମାନେ ଅସନ୍ତୁଷ୍ଟ । ଏହି ପରିପ୍ରେକ୍ଷୀରେ ଏନ୍‌ସିପି ଓ କଂଗ୍ରେସକୁ ବାଦ୍‌ଦେଇ ବିଜେପି ସହ ଶିବସେନା ମେଣ୍ଟ କରୁ ବୋଲି ସେମାନେ ଦାବି କରିଛନ୍ତି । ବୁଧବାର ଏକ ଚାର୍ଟର୍ଡ ପ୍ଲେନ୍‌ରେ ସୁରଟରୁ ଆସି ଗୁଆହାଟୀରେ ପହଞ୍ଚିବା ପରେ ମହାରାଷ୍ଟ୍ରର ମନ୍ତ୍ରୀ ସନ୍ଦୀପନ ଭୁମ୍ରେ ଫୋନ୍ ଯୋଗେ ଏକ ଟିଭି ଚ୍ୟାନେଲ୍‌କୁ ଏହା କହିଛନ୍ତି । ସେ କହିଥିଲେ, ଏନ୍‌ସିପି ଏବଂ କଂଗ୍ରେସ ମନ୍ତ୍ରୀମାନଙ୍କ ସହ କାର୍ଯ୍ୟ କରିବାରେ ଆମକୁ ଅସୁବିଧା ହେଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଅଭିଯୋଗ କରିଥିଲୁ । ଭୁମ୍ରେ କହିଥିଲେ, ମୋତେ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ମିଳିଛି, ଆଉ ଅଧିକ କ’ଣ ଦରକାର। ମାତ୍ର ଜଣେ ଜନପ୍ରତିନିଧି ଭାବେ ମୁଁ ମୋର ନିର୍ବାଚନମଣ୍ଡଳୀର ଲୋକଙ୍କ ଅଭିଯୋଗ ଉଠାଇବାକୁ ଚାହେଁ । କିନ୍ତୁ ମେଣ୍ଟ ସରକାରର ଅଂଶୀଦାର ଦଳର ମନ୍ତ୍ରୀଙ୍କ କାରଣରୁ ଏହା ଠିକ୍ ଭାବେ କରିପାରୁ ନାହିଁ । ଇତିମଧ୍ୟରେ ପାର୍ଟିର ୩୫ ବିଧାୟକ ଗୁଆହାଟୀରେ ଅଛନ୍ତି ବୋଲି ଅନ୍ୟଜଣେ ଅସନ୍ତୁଷ୍ଟ ସେନା ବିଧାୟକ ସଞ୍ଜୟ ଶିରସାଥ୍ ଏକ ଟିଭି ଚ୍ୟାନେଲ୍‌କୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking