30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଚକୋଲେଟ ଖାଇ ଦେଢ ବର୍ଷର ଶିଶୁ କଲା ରକ୍ତ ବାନ୍ତି

ଚକୋଲେଟ ଖାଇ ଦେଢ ବର୍ଷର ଶିଶୁ କଲା ରକ୍ତ ବାନ୍ତି

ଚଣ୍ଡିଗଡ: ଛୋଟ ପିଲାଙ୍କୁ ଚକୋଲେଟ ଖାଇବାକୁ ଦେଉଥିଲେ ସାବଧାନ । ପଞ୍ଜାବ ରାଜ୍ୟ ଲୁଧିଆନାରେ ଏକ ଅଭାବନୀୟ ଘଟଣା ଘଟିଛି । ଚକୋଲେଟ ଖାଇ ଏକ ଦେଢ ବର୍ଷର ଶିଶୁ କନ୍ୟା ଅସୁସ୍ଥ ପଡିବା ସହ ରକ୍ତ ବାନ୍ତି କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଚକୋଲେଟଟି ପରିବାରର ଜଣେ ସମ୍ପର୍କୀୟ ଉପହାର ଆକାରରେ ଦେଇଥିବା ବେଳେ ସେହି ଚକୋଲେଟଟି ଆସିଥିବା ଦୋକାନ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଅସୁସ୍ଥ ଶିଶୁଟିର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଦେଢ ବର୍ଷୀୟା ଶିଶୁ କନ୍ୟା ଚକୋଲେଟ ଖାଇବା ପରେ ହଠାତ ଅସୁସ୍ଥ ହୋଇଯିବା ସହ ରକ୍ତ ବାନ୍ତି କରିବା ଆରମ୍ଭ କରିଦେଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେହି ଚକୋଲେଟଟି ଏକ୍ସପାୟୀ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ଏହି ଚକୋଲେଟଟି ଲୁଧିଆନାରେ ବାସ କରୁଥିବା ତାଙ୍କର ଜଣେ ସମ୍ପର୍କୀୟ ଦେଇଥିବା ବେଳେ ଚକୋଲେଟ ବାବଦରେ ତାଙ୍କୁ ପଚରାଉଚରା କରିଥିଲେ । ତେବେ ସେ ପଟିଆଲା ସ୍ଥିତ ଏକ ଦୋକାନରୁ ଏହାକୁ ଆଣିଥିବା ନେଇ କହିଥିଲେ ।

ଏନେଇ ଦୋକାନରେ ହଙ୍ଗାମା କରିଥିଲେ ପରିବାର ଲୋକେ । ଦୋକାନୀ ଜଣକ ଏକ୍ସପାରୀ ଚକୋଲେଟ ବିକ୍ରି କରୁଥିବା ନେଇ ଅଭିଯୋଗ ଆଣିଥିଲେ । ଯେଉଁଥିପାଇଁ ତାଙ୍କ ଝିଅ ରକ୍ତ ବାନ୍ତି କରିବା ସହ ଅସୁସ୍ଥ ପଡିଥିବା କହିଥିଲେ । ଅନ୍ୟପଟେ ଏଭଳି ଅଭିଯୋଗକୁ ଦୋକାନୀଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । ସେହି ଚକୋଲେଟି ତାଙ୍କ ଦୋକାନରୁ କ୍ରୟ କରାଯାଇନଥିବା ବୋଲି କହିଥିଲେ ଦୋକାନୀ ଜଣକ । ତେବେ ଏହାକୁ ନେଇ ପରିବାର ଓ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking