30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଶିଶୁ ଡାକ୍ତରଙ୍କ ଅସ୍ତ୍ରୋପଚାରରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଶିଶୁ ଡାକ୍ତରଙ୍କ ଅସ୍ତ୍ରୋପଚାରରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଉତ୍ତରପ୍ରଦେଶ : ମେଡିକାଲ କଲେଜରେ ଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଏକ ଘରୋଇ ନର୍ସିଂହୋମରେ ବୃଦ୍ଧଙ୍କ ଅସ୍ତ୍ରୋପଚାର କରିଥିଲେ। ଭୁଲ ଚିକିତ୍ସା କାରଣରୁ ରବିବାର ବିଳମ୍ବିତ ରାତିରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାହରାଇଚ୍‌‌ରେ। ଘଟଣାର ତଦନ୍ତ ପାଇଁ ସିଏମଓ ପକ୍ଷରୁ ଏକ କମିଟି ଗଠନ କରାଯାଇଛି।
ୟୁପିର ରିସିୟା ଅଂଚଳର ଜଣେ ବୃଦ୍ଧ କୃପାରାମଙ୍କର ଷ୍ଟୋନ ଅସ୍ତ୍ରୋପଚାର କରିଥିଲେ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଅତୁଲ ମିଶ୍ରା। ଏହାପରେ ଷ୍ଟିଚରୁ ପରିସ୍ରା ନିର୍ଗତ ହେବା ଯୋଗୁଁ ସଂକ୍ରମଣ ହୋଇଥିଲା। ପରେ ରୋଗୀଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା। ଏହାପରେ ପୁଣି ଥରେ ଅସ୍ତ୍ରୋପଚାର କରିଥିଲେ ଡାକ୍ତର। ଅଚାନକ ବୃଦ୍ଧଙ୍କ ଅବସ୍ଥା ଖରାପ ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରିଥିଲେ। ହେଲେ ସଂପୃକ୍ତ ଡାକ୍ତର ରୋଗୀଙ୍କ ପରିବାରକୁ ଧମକାଇବା ସହ ଚୁପ ରହିବାକୁ କହିଥିଲେ। ହେଲେ ରୋଗୀଙ୍କ ସମ୍ପର୍କୀୟ ମାନେ ହସ୍ପିଟାଲ ପରିସରରେ ପାଟିତୁଣ୍ଡ କରିବା ଡାକ୍ତରଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ମୃତଦେହ ନେଇନଥିଲେ। ଡିଏମଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର‌୍ୟ୍ୟାନୁଷ୍ଠାନ ହୋଇନଥିଲା। ଶେଷରେ ପୀଡିତଙ୍କ ପରିବାର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଅଧିକାରୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଥିଲେ।
ସିଏମଓ ଡକ୍ଟର ରାଜେଶଙ୍କ ସୂଚନା ଅନୁସାରେ ଡକ୍ଟର ଅତୁଲ ମିଶ୍ରା ଜଣେ ଶିଶୁରୋଗ ବିଶେଷଜ୍ଞ। ଯିଏ କି କୌଣସି ପ୍ରକାର ଅସ୍ତ୍ରୋପଚାର କରିପାରିବେ ନାହିଁ। ହେଲେ ସେ ନିଜେ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରିଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ଏହାକୁ ଆଧାର କରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଗଠନ ହୋଇଥିବା କମିଟିରେ ଡେପୁଟି ସିଏମଓଙ୍କ ସମେତ ତିନି ଜଣ ଡାକ୍ତର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking