32.1 C
Bhubaneswar
Monday, May 27, 2024
Homeଓଡିଶାପୁଣି ମହାନତାର ବାର୍ତ୍ତା ଦେଲେ ବାବୁଲି ମଣ୍ଡଳ

ପୁଣି ମହାନତାର ବାର୍ତ୍ତା ଦେଲେ ବାବୁଲି ମଣ୍ଡଳ

ନର୍ଲା : ସ୍ବାର୍ଥ ପର ଦୁନିଆରେ ଲୋକେ ଆଉ କେହି କାହାକୁ ପଚାରୁ ନାହାନ୍ତି l ଯାହା ଫଳରେ ମଣିଷ ପଣିଆ ଧିରେ ଧିରେ ହଜିବାରେ ଲାଗିଛି l କିନ୍ତୁ କଥାରେ ଅଛି ଯାହାର କେହି ନାହିଁ ତାଙ୍କୁ ଭଗବାନ ହିଁ ସାହା l ସେ କେତେ ବେଳେ ଇଶ୍ବର ରୁପ ରେ ଆସନ୍ତି ତ ଆଉ କେତେ ବେଳେ ମଣିଷ ରୁପ ରେ ଆସି ଲୋକଙ୍କ ସେବା କରିଥାନ୍ତି l ସାଧାରଣ ଲୋକଙ୍କ ସମସ୍ଯା ରୁ ଆରମ୍ଭ କରି ରୋଗ ବୈରାଗ୍ଯ ରେ ପଡିଥିବା ଲୋକଙ୍କ ସେବା କୁ ଯିଏ ନିଜ ଧର୍ମ ରୁପେ ଗ୍ରହଣ କରି ସାହାଯ୍ଯ ପାଇଁ ଆଗେଇ ଥାଏ ସେହି ଭଳି ମହାନ ବ୍ଯକ୍ତି ଏ ନିଚ୍ଛାପର ଦୁନିଆରେ କମ୍ ଦେଖିବା ପାଇଁ ମିଳିଥାନ୍ତି l ଏପରି ଏକ ମହାନ ବ୍ଯକ୍ତି ହେଉଛନ୍ତି କଳାହାଣ୍ଡି ଜିଲ୍ଲା ବି.ଜେ.ଡି ଉପ-ସଭାପତି ଶ୍ରୀ ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି) । ଗତ କିଛି ଦିନ ତଳେ କର୍ଲାମୁଣ୍ଡା ବ୍ଲକ୍ ଜୋରାଡ଼ବରା ପଞ୍ଚାୟତ ର ସିଲେଟପଡା ଗାଁରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ସୁନା ବାହାର ରାଜ୍ଯକୁ ଦାଦନ ଖଟିବା ପାଇଁ ଯାଇ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା l

ଆଉ ସ୍ବାମୀଙ୍କ ମୃତ୍ୟୁ ହୋଇ ଥିବା ଖବର ଶୁଣି ତାଙ୍କ ପତ୍ନୀ ସେବତି ସୁନା ଧର୍ଯ୍ୟ ହରା ହୋଇ ପଡିଥିଲେ l ଯାହା ଫଳରେ ଆତ୍ମ ହତ୍ଯା କରିବାକୁ ଉଦ୍ଯମ ରଖି କର୍ଲାମୁଣ୍ଡା ଓ ମ.ରାମପୁର୍ ସିମାନ୍ତ ରେ ଥିବା ଟୁର୍ଚ୍ଚି ଉତ୍ତେଇ ପୋଳ ଉପରୁ ଡେଇଁ ପଡିଥିଲେ l ଯାହା ଦ୍ବାରା ପୋଳ ଉପରୁ ପଡି ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା l ପରେ ଗ୍ରାମବାସୀ ଖବର ପାଇ ସେବତୀଙ୍କୁ ସେଠାରୁ ଉଦ୍ଧାର କରିଥିଲେ l ଏପରି କି ଚିକିତ୍ସା ପାଇଁ ଅର୍ଥ ର ଅନାଟନ ଅଭାବ କାରଣ ରୁ ଅଧା ଏକର ଜମି କୁ ୪୦ ହଜାର ଟଙ୍କାରେ ବନ୍ଧକ ପକାଇ ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ବରୀ ମଲ୍ଟିସ୍ପେସିଆଲିଷ୍ଟ୍ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଖବର ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇଥିଲା l

ପରେ ଉକ୍ତ ରୋଗୀ ଙ୍କ ଦେଢଶୁର ଜଗଦୀଶ ସୁନା ଓ ଗ୍ରାମ ର ଅଙ୍ଗନୱାଡି ସ୍ୱରସ୍ୱତୀ ଉକ୍ତ ବିଷୟରେ କଳାହାଣ୍ଡି ଜିଲ୍ଲା ବିଜେଡି ଉପ-ସଭାପତି ଶ୍ରୀ ଚିତ୍ତରଞ୍ଜନ ମଣ୍ଡଳ(ବାବୁଲି) ଙ୍କୁ ଫୋନ ଯୋଗେ ଜଣାଇବା ପରେ ଶ୍ରୀ ମଣ୍ଡଳ ଡାକ୍ତରଖାନା କୁ ଜାଇ ରୋଗୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବୁଝିଥିଲେ l ଏବଂ ରୋଗୀଙ୍କ ହିମୋଗ୍ଲୋବିନ କମ୍ ଥିବାରୁ ରକ୍ତ ର ଆବଶ୍ୟକତା ପଡିଥିବା ଶ୍ରୀ ମଣ୍ଡଳ ଜାଣିବା ପରେ ଦୁଇ ବୋତଲ ରକ୍ତ ର ବ୍ୟବସ୍ତା କରାଇଥିଲେ l ତେବେ ଉକ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ପୂର୍ବରୁ ୪୦ ହଜାର ଟଙ୍କା ଜମା କରିଥିବା ସର୍ତ୍ତେ ମଧ୍ଯ ଆହୁରୀ ୫୦ ହଜାର ଟଙ୍କା ରୁ ଅଧିକ ଖର୍ଚ୍ଚ ହୋଇସାରିଛି । ଯାହା ଫଳରେ ପାଖରେ ଅର୍ଥ ନଥିବାରୁ ଚିକିତ୍ସା ରେ ବିଳମ୍ବ ହେଉଥିଲାl ଏ ନେଇ ଶ୍ରୀ ମଣ୍ଡଳ ଡାକ୍ତରଖାନା ର କତୃପକ୍ଷ ଙ୍କ ସହ ଆଲୋଚନା କଲାପରେ କିଛି ରାଶି କମ୍ କରିବେ ବୋଲି କତୃପକ୍ଷ ରାଜି ହୋଇଥିଲେ l ଏପରି କି ସେବତି ଅତିଶୀଘ୍ର କେମିତି ସୁସ୍ଥ ହୋଇ ନିଜ ଘରକୁ ଯିବେ ସେଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀ ମଣ୍ଡଳ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking