31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶପ୍ରବଳ ଗରମ ଯୋଗୁଁ ରାଜସ୍ଥାନରେ ୮ ମୃତ

ପ୍ରବଳ ଗରମ ଯୋଗୁଁ ରାଜସ୍ଥାନରେ ୮ ମୃତ

ନୂଆଦିଲ୍ଲୀ : ଭାରତର ଅଧିକାଂଶ ରାଜ୍ୟରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚି ସାରିଛି। ପାଣିପାଗ ବିଭାଗ ଅନୁସାରେ ଗୁରୁବାର ରାଜସ୍ଥାନର ବାଡ଼ମେରରେ ୪୮.୮ ଡିଗ୍ରୀ ସେଲସିୟସ ସହିତ ଦେଶର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ଗୁଜରାଟର ଅହମଦାବାଦରେ ୪୬.୬ ଡିଗ୍ରୀ, ମଧ୍ୟପ୍ରଦେଶର ଗୁନାରେ ୪୬.୬ ଡିଗ୍ରୀ ପାରା ଚଢ଼ିଥିଲା। ତୃତୀୟ ସ୍ଥାନରେ ପଂଜାବର ଭତିଣ୍ଡାରେ ୪୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ରାଜସ୍ଥାନରେ ଭୀଷଣ ଗରମ କାରଣରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଦିଲ୍ଲୀରେ ଅଂଶୁଘାତ ସ୍ଥିତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। କିନ୍ତୁ ରାତିରେ ମଧ୍ୟ ଦିଲ୍ଲୀବାସୀ ଗରମରେ ଛଟପଟ ହୋଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରେ ରାତି ତାପମାତ୍ରା ସର୍ବନିମ ୩୦ ଡିଗ୍ରୀରୁ ଅଧିକ ଥିଲା। ଗୁରୁବାର ଦିନ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ପକ୍ଷରୁ ୫ ରାଜ୍ୟକୁ ଅଂଶୁଘାତ ନେଇ ସତର୍କ ସୂଚନା ଜାରି କରିଦିଆଯାଇଛି। ଏହି ତାଲିକାରେ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଂଜାବ ଓ ରାଜସ୍ଥାନ ଅଛନ୍ତି। ସେହିପରି ଆଜି ପାଇଁ ହିମାଚଳ ପ୍ରଦେଶକୁ ଅଂଶୁଘାତ ନେଇ ସତର୍କ ସୂଚନା ଜାରି କରାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking