35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶମଝି ଆକାଶରେ ଖରାପ ହେଲା ହେଲିକପ୍ଟର; ବିପଦ ଟାଳିଲେ ବାବା କେଦାରନାଥ

ମଝି ଆକାଶରେ ଖରାପ ହେଲା ହେଲିକପ୍ଟର; ବିପଦ ଟାଳିଲେ ବାବା କେଦାରନାଥ

ରୁଦ୍ରପ୍ରୟାଗ: କେଦାରନାଥରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ହେଲିକପ୍ଟର ପାଇଲଟଙ୍କ ବୁଦ୍ଧି ଅନେକ ତୀର୍ଥଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲା। ପାଇଲଟଙ୍କ ସମେତ ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିଲେ। ହେଲିକପ୍ଟରଟି ସେର୍ସି ହେଲିପ୍ୟାଡରୁ କେଦାରନାଥ ଧାମ ଅଭିମୁଖେ ଯାଉଥିବା ବେଳେ ହଠାତ୍ କ୍ରିଷ୍ଟଲ ଏଭିଏସନ୍ ର ହେଲିକପ୍ଟରରେ କିଛି ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରକୁ ଜରୁରୀ କାଳୀନ ଅବତରଣ କରିବାକୁ ପଡ଼ିଥିଲା। ଶୁକ୍ରବାର ସକାଳ ୭ଟା ୫ମିନିଟରେ ପାଇଲଟ ଜରୁରୀକାଳୀନ ଅବତରଣ କରିଥିଲେ। ପାଇଲଟ କଳ୍ପେଶଙ୍କ କହିବା ଅନୁଯାୟୀ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଜରୁରୀ କାଳୀନ ଅବତରଣ କରା ନ ଗଲେ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା। ସୁରକ୍ଷିତ ଭାବେ ଅବତରଣ କରିବା ପରେ ଯାତ୍ରୀମାନେ ମଧ୍ୟ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲେ। ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏନ୍ ଏସ୍ ରାଜଓ୍ଵାର କହିଛନ୍ତି, ହେଲିକପ୍ଟରଟି ସକାଳେ ସେର୍ସିରୁ କେଦାରନାଥ ଅଭିମୁଖେ ଯାଉଥିଲା। କେଦାରନାଥ ହେଲିପ୍ୟାଡଠାରୁ ୧୦୦ ମିଟର ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking