36.1 C
Bhubaneswar
Monday, May 6, 2024
Homeଓଡିଶାବିଏମସିରେ ୧୦ ଲକ୍ଷରୁ ଅଧିକ ଟିକାକରଣ

ବିଏମସିରେ ୧୦ ଲକ୍ଷରୁ ଅଧିକ ଟିକାକରଣ

ଭୁବନେଶ୍ୱର : କୋଭିଡ -୧୯ ମହାମାରୀ ବିରୁଦ୍ଧରେ ଏହାର ବହୁମୁଖୀ ରଣନୀତି ଜାରି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ମିଳିତ ଭାବେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ୧୦ ଲକ୍ଷରୁ ଅଧିକ ଡୋଜ ଦେଇ ଏକ ମାଇଲଖୁଣ୍ଟ ହାସଲ କରିଛି। ଉଭୟ ସରକାରୀ ଏବଂ ବେସରକାରୀ ଟୀକାକରଣ କେନ୍ଦ୍ରର ସଫଳତାକୁ ମିଶାଇ ୬, ୩୦,୧୯୧ ନାଗରିକ ପ୍ରଥମ ଡୋଜ ନେଇଥିବା ବେଳେ ୩,୭୯,୫୦୫ ନାଗରିକ ଟିକାର ଉଭୟ ଡୋଜ ନେଇସାରିଛନ୍ତି । ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି ଯେ ସମସ୍ତ ନାଗରିକ ତଥା ବୟସ ବର୍ଗଙ୍କ ଟିକାକରଣ ପାଇଁ ଏକ ବିସ୍ତୃତ ଯୋଜନା ଗ୍ରହଣ କରଯାଇଛି । ଯାହାଦ୍ୱାରା କୋଭିଡ-୧୯ ମହାମାରୀ ବିରୋଧରେ ଏକ ସୁଚିନ୍ତିତ ଯୁଦ୍ଧ ଲଢ଼ାଯାଇପାରିବ। ସେ ଆହୁରି କହିଛନ୍ତି ଟିକାକରଣ ପରେ ମଧ୍ୟ ସମସ୍ତଙ୍କୁ ସତର୍କ ରହିବାକୁ ହେବ ।

କରୋନାର ପ୍ରଥମ ଲହରରେ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକ ଅଧିକ ପ୍ରଭାବିତ ହେ‌ାଇଥିଲେ। ‌ଏପରିକି ଏହି ବର୍ଗର ଲୋକଙ୍କର ଅଧିକ ମୃତ୍ୟୁ ହୋଇଥିଲା। ତେଣୁ ବିଏମ୍‌ସି ପକ୍ଷରୁ ଟିକାକରଣ ଆରମ୍ଭ ହେବା ପରେ ଏହି ବର୍ଗର ଲୋକଙ୍କୁ ଅଧିକ ଫୋକସ୍ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ବର୍ଗରେ ୩ଲକ୍ଷ ୪୫ହଜାର ୩୪୨ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ ଏଥିରୁ ୨ଲକ୍ଷ ୨୭ହଜାର ୯୯୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି। ଉଭୟ ଘରୋଇ ଓ ସରକାରୀ ବ୍ୟବସ୍ଥାରେ ଏହି ଲୋକମାନେ ଟିକା ନେଇଛନ୍ତି। ଏବେ ୪୫ବର୍ଷରୁ ଅଧିକ କିଛି ଲୋକ ପ୍ରଥମ ଡୋଜ୍ ଟିକା ନେଇନଥିବାରୁ ବିଏମ୍‌ସି ପକ୍ଷରୁ ସମସ୍ତଙ୍କୁ ଟିକା ଦେବା ଉଦ୍ଦେଶ୍ୟରେ ପ୍ରତିଦିନ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦେବା ପାଇଁ ସବୁ ଟିକାକରଣ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking