35.1 C
Bhubaneswar
Tuesday, May 21, 2024
Homeଓଡିଶାଯାଜପୁରରେ ପୂର୍ବ ଓଡିଶା ନିର୍ବାଚନ ପରିଚାଳନା ସମୀକ୍ଷା

ଯାଜପୁରରେ ପୂର୍ବ ଓଡିଶା ନିର୍ବାଚନ ପରିଚାଳନା ସମୀକ୍ଷା

ଯାଜପୁର : ଯାଜପୁରରେ ପୂର୍ବ ଓଡିଶାର ୪ଟି ଜିଲାକୁ ନେଇ ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକ ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଂଜନ ଦାସ, କେନ୍ଦ୍ରାଞ୍ଚଳ ଆଇ ଜି ସଞ୍ଜୟ କୌଶଳ, ପୂର୍ବାଂଚଳ ଆଇ ଜି ଦୀପକ କୁମାର ଯୋଗ ଦେଇ ଆଗାମୀ ନିର୍ବାଚନ କୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲା ର ଜିଲାପାଳ, ଏସପି, ରିଟର୍ଣ୍ଣିଂ ଅଫିସର ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking