30.1 C
Bhubaneswar
Wednesday, May 22, 2024
Homeଓଡିଶାଘର ଘର ବୁଲି ଭୋଟ୍‍ ଭିକ୍ଷା କଲେ ଆକାଶ

ଘର ଘର ବୁଲି ଭୋଟ୍‍ ଭିକ୍ଷା କଲେ ଆକାଶ

ଯାଜପୁର : ସୋମବାର ସଂଧ୍ୟା ୫ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଘର ଘର ବୁଲି ଭୋଟ୍‍ ଭିକ୍ଷା କରିଥିଲେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ । କୋରାଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ପୌର ପରିଷଦର ୧୦ନଂ ୱାର୍ଡ (କହ୍ନେଇପୁର)ର ପ୍ରତ୍ୟେକ ଘରକୁ ଘର ବୁଲି ଶ୍ରୀ ଦାସନାୟକ ଭୋଟ୍‍ ଭିକ୍ଷା କରିଥିଲେ । ୧୦ନଂ ୱାର୍ଡର ବିଜେପି କାଉନସିଲର ଶ୍ରୀମତୀ ରଶ୍ମିତା ରାଉତଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏହି ଅଭିଯାନରେ ସାମିଲ ହୋଇଥିଲେ । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନାଗୁଡିକ ବିଷୟରେ ଭୋଟରମାନଙ୍କୁ ସଚେତନ କରିଥିଲେ । ସେହି ୱାର୍ଡର ସମସ୍ୟା ବିଷୟରେ ଅବଗତ ହୋଇଥିଲେ ଏବଂ ଆଗାମୀ ଦିନରେ ତାହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅଭିଯାନବେଳେ ଭୋଟରମାନେ ବହୁତ ଉତ୍ସାହିତ ଥିବା ଜଣାପଡିଥିଲା । ଏହି ଅଭିଯାନରେ ବ୍ୟାସନଗର ବିଜେପି ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ଇତିଶ୍ରୀ ଜେନା, ନିରଞ୍ଜନ ଘଡାଇ, ପ୍ରଶାନ୍ତ ବୋଇତାଇ, ସୁଶିଲ ମଲ୍ଲିକ, ଶିଶିର ରାଉତ, କୃଷ୍ଣଚନ୍ଦ୍ର ରାଉତ, ତରୁଣ କୁମାର ଦାସ, ଅଯୋଧ୍ୟା ଜେନା, ବିଶ୍ୱଜିତ୍‍ ମହାନ୍ତି, ଶର୍ମିଳା ମହାପାତ୍ର, ମମତାମୟୀ ମହାପାତ୍ର, ଶାନ୍ତି ରାଉତ, କଳ୍ପନା ଭୂୟାଁ, ଗୀତାଞ୍ଜଳୀ ନାୟକ, ଜ୍ୟୋତିପ୍ରକାଶ ମଲ୍ଲିକ, ରବିନ୍ଦ୍ର କୁମାର ରାଉତ, ରାଜେଶ ରାଉତ, ଗୁଣନିଧି ପଣ୍ଡା, ମାନସ ବେହେରା, ଉତ୍ତମ ମହାନ୍ତି, ନନ୍ଦକିଶୋର ମହାନ୍ତି, ସଞ୍ଜୁ ରାଉତ, ଅନିତା ରାଉତ, ରିନା ରାଉତ, ମାମା ମହାପାତ୍ର, ଦିପ୍ତିରଞ୍ଜନ ମଟାଣିଆ, ଅମରେଶ ନାୟକ, ମାଧ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ସୁଚନା ଯୋଗ୍ୟ ବିଜେପି ଦଳ ଅପେକ୍ଷା ଆକାଶ ଙ୍କ ବ୍ୟବହାର ଆଚରଣ ଯୋଗୁ ଲୋକ ପ୍ରୀୟତl ବୃଦ୍ଧି ପାଇବ ବା ରେ ଲକ୍ଷ କାରା ଯାଇଚି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking