33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୭୧ ବର୍ଷରେ ପଦାର୍ପଣ କଲେ ମୋଦି

୭୧ ବର୍ଷରେ ପଦାର୍ପଣ କଲେ ମୋଦି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ତାଙ୍କ ପ୍ରକୃତ ନାମ ନରେନ୍ଦ୍ର ଦାମୋଦରଦାସ ମୋଦୀ। ସେ ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ୭୧ ବର୍ଷରେ ପଦାର୍ପଣ କରିବେ । ଏହି ଅବସରରେ ସାଧାରଣଜନତାଙ୍କ ଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସୋସିଆଲ୍‌ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି । ନରେନ୍ଦ୍ର ମୋଦି ପ୍ରକୃତରେ ଜଣେ ଭଲ ନେତା ହେବା ସହ ସବୁ ଅବସ୍ଥାକୁ ସମ୍ମୁଖୀନ ହେବାପାଇଁ ସବୁବେଳେ ସେ ପ୍ରସ୍ତୁତ । ତାଙ୍କର ଏହି ବ୍ୟକ୍ତିତ୍ୱ କାରଣରୁ ହିଁ ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦରେ ଥିବା ସହ ସାରା ବିଶ୍ୱର ନଜର ତାଙ୍କ ଉପରେ ରହିଛି ।ମୋଦି ଏବେ ଦେଶର ତଥା ଦେଶ ବାହାର ଅନେକ ଲୋକଙ୍କ ଆଦର୍ଶ ହୋଇ ଯାଇଛିନ୍ତି । କେବଳ ଭାରତ ବର୍ଷରେ ନୁହଁ ସାରା ଦୁନିଆ କିଏ ନଜାଣେ ତାଙ୍କୁ ।

ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବିଶ୍ୱ ଦରବାରରେ ନିରନ୍ତର ଭାବରେ ବଜାୟୀ ରହିଛି। ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ଆମେରିକା, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, କାନାଡାର ଅନେକ ନେତାଙ୍କୁ ପଛରେ ପକାଇ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହ ଶୀର୍ଷରେ ରହିଥିବାବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ଅନେକ ବିଶ୍ୱ ନେତା ଏବେ ମୋଦିଙ୍କ ତୁଳନାରେ ବହୁତ କମ୍ ରହିଛନ୍ତି। ସେହିପରି ବିଶ୍ୱର ପ୍ରଭାବଶାଳୀ ଶହେ ବ୍ୟକ୍ତିତ୍ୱ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking