25.1 C
Bhubaneswar
Thursday, May 9, 2024
Homeଓଡିଶାବର୍ଷା ଧୋଇନେଲା ରାସ୍ତା

ବର୍ଷା ଧୋଇନେଲା ରାସ୍ତା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅଧିନରେ ଥିବା ମଠତେନ୍ତୁଳିଆ ପଂଚାୟତର ଅରାଚୁଆ ଗ୍ରାମର ରାସ୍ତା ଲଘୁଚାପ ଜନିତ ବର୍ଷାରେ ଧୋଇ ହୋଇଯାଇଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରି ରହୁଥିବା ହଜାର ହଜାର ଲୋକ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୈାଣସି ଜରୁରୀ କାମ ପାଇଁ ଚାଲି ଚାଲି ଯିବାକୁ ପଡୁଛି । ଛୋଟ ଛୋଟ ପିଲାମାନେ ସ୍କୁଲକୁ ମଧ୍ୟ ଯିବା ଆସିବାରେ ଅସୁବିଧା ହେଉଛନ୍ତି । ଚିକିତ୍ସା ପାଇଁ ଗଁଦିଆ ଶ୍ରୀରାମ ଚନ୍ଦ୍ରପୁର ମେଡିକାଲକୁ ଯିବା ପାଇଁ ମଧ୍ୟ ରୋଗିଙ୍କୁ ଖଟିଆରେ ବୋହି ଆଣିବାକୁ ପଡୁଛି । ଉକ୍ତ ରାସ୍ତା ମରାମତି କରାଯିବା ପାଇଁ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉନାହିଁ । ତେବେ ପ୍ରଶାସନ ଏହି ସବୁ ଅସୁବିଧା ଗୁଡିକୁ ଦୃଷ୍ଟିରେ ରଖି ରାସ୍ତା ଟିର ମରାମତି କରିବା ପାଇଁ ଗ୍ରାମବାସୀ ତରଫରୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking