34.1 C
Bhubaneswar
Saturday, May 18, 2024
Homeଓଡିଶାଅସ୍ତ୍ରୋପଚାର ଠାରୁ ବଳିପଡୁଛି ରୋଗୀଙ୍କ ପ୍ରତୀକ୍ଷା

ଅସ୍ତ୍ରୋପଚାର ଠାରୁ ବଳିପଡୁଛି ରୋଗୀଙ୍କ ପ୍ରତୀକ୍ଷା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ବଢି ଚାଲିଛି ଅବ୍ୟବସ୍ଥା । ଜିଲ୍ଲାରେ ରୋଗୀଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ନିର୍ମିତ ହୋଇଥିଲା ୭ ମହଲା ବିଶିଷ୍ଟ ମେଡିକାଲ । ଯେଉଁଠାରେ କି ଦିନକୁ ଦିନ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ନାନା ସମସ୍ୟାକୁ ନେଇ ଗର୍ଭବତୀ ମହିଳାଙ୍କୁ ଉତମ ଚିକିତ୍ସା ଯୋଗାଇବା ପାଇଁ ବ୍ୟବସ୍ଥା ରହିଥିଲା । ବିଶାଳ କାୟ କୋଠା ଘରେ ଗର୍ଭବତୀ ମହିଳା ମାନେ ତଳେ ଗଡୁଥିବା ହୃଦୟସ୍ପର୍ଶୀ ଦୃଶ୍ୟ ଠାରୁ ଅଧିକା ହେଉଛି ଅସ୍ତ୍ରୋପଚାର କକ୍ଷକୁ ଯିବା ପୁର୍ବରୁ ବାହାରେ ମିଳୁଥିିବା ଯନ୍ତ୍ରଣା । ଗର୍ଭବତୀ ମହିଳାଟିଏ ଅସ୍ତ୍ରୋପଚାର ଗୃହ ବାହାରେ ଘଂଟା ଘଂଟା ଠିଆ ହୋଇ ଅପେକ୍ଷା କରିବା ଘଟଣା ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୁଚନାରୁ, ମୁଖ୍ୟ ଚିକିତ୍ସାଳୟର ପ୍ରଥମ ମହଲାରେ ପ୍ରସବ ପାଇଁ ରହିଛି ଲେବର ରୁମ୍ ।

ଦ୍ୱିତୀୟ ମହଲାରେ ରହିଛି ପ୍ରସବ ଜନିତ ଅସ୍ତ୍ରୋପଚାର କକ୍ଷ । ସେଠାରେ ଦୈନିକ ୫ ରୁ ୬ ଅସ୍ତ୍ରୋପଚାର କରାଯାଉଛି । ତେବେ ସେମାନଙ୍କୁ ସେଠାକୁ ଏକା ସଂଗରେ ଡାକି ନେଉଥିବା ଜଣାପଡିଛି । ଦୁଃଖର ବିଷୟ, ସେବାନଙ୍କ ପାଇଁ ସେଠାରେ ବସିବା ପାଇଁ କୈଣସି ସୁବିଧା ନଥିବାରୁ କକ୍ଷ ବାହାରେ ଘଂଟା ଘଂଟା ଠିଆ ହୋଇ ଅପେକ୍ଷା କରିବାକୁ ପଡୁଛି । ଅସ୍ତ୍ରୋପଚାର କକ୍ଷ ଭିତରକୁ ଯିବା ପୁର୍ବରୁ ଅପେକ୍ଷା କରିବା ସମୟ ପ୍ରସବ ଯନ୍ତ୍ରଣାଠାରୁ କମ୍ ନୁହେଁ ବୋଲି କେତେ ଜଣ ପ୍ରକାଶ କରିଛନ୍ତି ।

ଫଳରେ ଗର୍ଭବତୀ ମହିଳା ମାନେ ପରିସ୍ରା ଯିବା ପାଇଁ ତଳ କିମ୍ବା ଉପର ମହଲାକୁ ଯିବାକୁ ପଡୁଛି । ତେବେ ଗର୍ଭବତୀ ମାନଙ୍କୁ ସ୍ୱଚ୍ଛ ପରିବେଶ ଭିତରେ ରଖାଯିବା ବ୍ୟବସ୍ଥା ଥିଲେ ମଧ୍ୟ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ତେବେ ଏ ସଂପର୍କରେ ମେଡିକାଲ କର୍ମଚାରୀଙ୍କୁ ପଚାରିବାରୁ ସେ କୁହନ୍ତି କି ଆମକୁୁ କେହି ଏ ବାବଦରେ ଜଣାଇ ନାହାନ୍ତି କିମ୍ବା ଅଭିଯୋଗ କରି ନାହାନ୍ତି । ତେବେ ଆଗାମୀ ଦିନରେ ଯେପରି ଏହି ଅସୁବିଧା ନହେବା ପାଇଁ ଜିଲ୍ଲାବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking