36.1 C
Bhubaneswar
Saturday, May 4, 2024
Homeଓଡିଶାମୁଖ୍ୟ ଶାସନ ସଚିବଙ୍କ କାମାକ୍ଷାନଗର ଗସ୍ତ

ମୁଖ୍ୟ ଶାସନ ସଚିବଙ୍କ କାମାକ୍ଷାନଗର ଗସ୍ତ

ଢେଙ୍କାନାଳ : ଅନୁସୁଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଉନ୍ନୟନ ବିଭଗର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଗତକାଲି କାମାକ୍ଷାନଗର ବ୍ଲକ୍‌ର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ଅପରାହ୍ନ ସମୟରେ ତୁମୁସିଙ୍ଗା ପଚାଂୟତରେ ଥିବା ଶ୍ରୀମୁଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ମେଡିକାଲ ପରିସରରେ ଡାକ୍ତରଙ୍କ ଉପସ୍ଥିତି ଓ ଔଷଧ ବିତରଣ ବିଷୟରେ ରୋଗୀଙ୍କୁ ପଚାରି ବୁଝିଥିଲେ ।

ଏହା ପରେ ଆଲୁଅଝରଣ ଠାରେ ଥିବା ଅନ୍ତେବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ନଜର କରିବା ସହ ଖେଳପଡିଆ, ଛାତ୍ରୀ ନିବାସ, ଶ୍ରେଣୀଗୃହ, ପାଠାଗାର ପରିଦର୍ଶନ କରିଥିଲେ । ଶିକ୍ଷାନୁଷ୍ଠାନର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ନାଟକ ପ୍ରତିଯୋଗିତା, ସର୍ବଭାରତୀୟ ସ୍ଥରରେ ଗୈାରବ ବଢାଇଥିବାରୁ ସଚିବ ପ୍ରଶଂସା କରିଥିଲେ । ଏହି ପରିଦର୍ଶନାରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରମାନନ୍ଦ ପୃଷ୍ଟି, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ବିଡିଓ ବିକାଶ କୁମାର ମହାନ୍ତି ପ୍ରମୁଖ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking