27.1 C
Bhubaneswar
Thursday, April 25, 2024
Homeଓଡିଶାପାଞ୍ଚ ବିଦ୍ୟାଳୟରେ ହେବ ସ୍ମାର୍ଟକ୍ଲାସ୍ : ସ୍କୁଲ ସ୍ଥିତି ବୁଲି ଦେଖିଲେ ବିଧାୟିକା

ପାଞ୍ଚ ବିଦ୍ୟାଳୟରେ ହେବ ସ୍ମାର୍ଟକ୍ଲାସ୍ : ସ୍କୁଲ ସ୍ଥିତି ବୁଲି ଦେଖିଲେ ବିଧାୟିକା

ଗଞ୍ଜାମ : କବିସୂର୍ଯ୍ୟନଗର ବ୍ଲକର ଚାରୋଟି ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଚିତ୍ର ଖୁବ ଶୀଘ୍ର ବଦଳିବ । ସ୍ମାର୍ଟ କ୍ଲାସ୍ ପାଇଁ ଚିହ୍ନଟ ହୋଇଥିବା ସ୍କୁଲଗୁଡିକରେ ଉନ୍ନତମାନର ଶିକ୍ଷାଦାନ ସହ ଡିଜିଟାଲ କ୍ଲାସ ରୁମ୍‌, ସ୍ମାର୍ଟ ଲାଇବ୍ରେରୀ, ସ୍ମାର୍ଟ ଖେଳ ପଡିଆ, ସ୍ୱଚ୍ଛ ପାନୀୟ ଜଳ, ସ୍ମାର୍ଟ ବିଜ୍ଞାନଗାର ନିର୍ମାଣ ହେବ । ସେହି ସ୍କୁଲଗୁଡିକ ମଧ୍ୟରେ ଗଙ୍ଗାପୁରର ରାମେଶ୍ୱର ହାଇସ୍କୁଲ, ଗୁଡ଼ିଆଳି ତାରୁମିଲା ଲକ୍ଷ୍ମୀନାରାୟଣ ହାଇସ୍କୁଲ, ବୁଢ଼ାମ୍ବର ଶ୍ରୀ ଶ୍ରୀ ରାଧାକୃଷ୍ଣ ହାଇସ୍କୁଲ, କବିସୂର୍ଯ୍ୟନଗର ଏନଏସିର ମର୍ଦ୍ଦର୍ରାଜ ହାଇସ୍କୁଲ ଓ ବଡଆଗୁଳ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି । ଏହିସବୁ ବିଦ୍ୟାଳୟର ସ୍ଥିତି ବୁଲି ଦେଖିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ।

ଗଞ୍ଜାମ ଜିଲ୍ଲାର ୧୩୩ଟି ସ୍କୁଲରେ ଡିଜିଟାଲ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ହେବାକୁ ଥିବାବେଳେ କବିସୂର୍ଯ୍ୟନଗରରେ ପାଞ୍ଚୋଟି ସ୍ମାର୍ଟ କ୍ଲାସ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡିଛି । ଏପରିକି ପିଲାଙ୍କ ଲାଗି ଏଠାରେ ହାଇଜେନିକ ଶୌଚାଳୟ ନିର୍ମାଣ ହେବ । ଶିକ୍ଷୟିତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ, ସୁବିସ୍ତୃତ ଖେଳ ପଡିଆ ରହିବ । ପୁରୁଣା କୋଠାର ମରାମତି ସହ ଆବଶ୍ୟକ ସ୍ଥଳେ ନୂତନ କୋଠା ନିର୍ମାଣ ହେବ । ଏଥିରେ ବିଦ୍ୟାଳୟର ପରିଚାଳନା କମିଟିକୁ ସାମିଲ କରାଯିବ । ଏ ସମସ୍ତ କାର୍ଯ୍ୟା ପାଇଁ “ମୋ ସ୍କୁଲ ଅଭିଯାନ’ ଅର୍ଥ ବିନିଯୋଗ ହେବ । ଏହା ବ୍ୟତୀତ ଘରୋଇ ସଂସ୍ଥା ଅର୍ଥ ବିନିଯୋଗରେ ସହଯୋଗ କରିବେ ।

ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକର ଆଉ କିଛି ସ୍କୁଲକୁ ଏହି ଅଭିଯାନରେ ସାମିଲ କରାଯିବା ନେଇ ପ୍ରସ୍ତାବ ରହିଥିବା ଜଣାପଡିଛି । କବିସୂର୍ଯ୍ୟନଗର ବ୍ଲକରେ ୨୩ଟି ହାଇସ୍କୁଲ ଓ ଏନଏସିରେ ୫ଟି ହାଇସ୍କୁଲ ରହିଛି । ବିଦ୍ୟାଳୟର ଉନ୍ନତିକରଣ ଲାଗି ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ବିଡ଼ିଓ ବାସୁଦେବ ନାୟକ ସୂଚନା ଦେଇଛନ୍ତି । ଆଜି ବିଧାୟିକାଙ୍କ ଗସ୍ତ ବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ବିଧାୟିକା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ବିଡ଼ିଓ ବାସୁଦେବ ନାୟକ, ଯନ୍ତ୍ରୀ ମହେଶ୍ୱର ସାବତ, ଜିଲ୍ଲା ବିଜେଡି ଉପସଭାପତି ମନୋରଞ୍ଜନ ମହାପାତ୍ର, ନଗର ବିଜେଡି ସଭାପତି ରସଲ ଦାସ, ନଗର ମହିଳା ବିଜେଡି ସଭାପତି ଲଷ୍ମୀପ୍ରିୟା ସାହୁ, ସୂର୍ଯ୍ୟନାରାୟଣ ନାୟକ, ପ୍ରଶ୍ନ ନାୟକ, ଯଟେଶ୍ୱର ଶତପଥୀ ଓ ପ୍ରଧାନ ଶିକ୍ଷକଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking