28.1 C
Bhubaneswar
Monday, May 27, 2024
Homeଦେଶ ବିଦେଶଅର୍ଜୁନ ପୁରସ୍କାର ବିଜେତା ନନ୍ଦୁ ନାଟେକରଙ୍କ ୮୮ ବର୍ଷରେ ପରଲୋକ

ଅର୍ଜୁନ ପୁରସ୍କାର ବିଜେତା ନନ୍ଦୁ ନାଟେକରଙ୍କ ୮୮ ବର୍ଷରେ ପରଲୋକ

ନୂଆଦିଲ୍ଲୀ : କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ଘଟିଛି । ବୁଧବାର ସକାଳେ ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ନାଟେକର ବୟସାଧିକ ଜନିତ ରୋଗରେ ପୀଡ଼ିତ ହୋଇ ଗତ ତିନି ମାସ ହେବ ଅସୁସ୍ଥ ଥିଲେ । ତାଙ୍କ ସମୟରେ ବ୍ୟାଡ଼ମିଣ୍ଟନ ଖେଳାଳିମାନଙ୍କ ମଧ୍ୟରେ ନାଟେକର ବିଶ୍ବର ୩ ନମ୍ବର ଖେଳାଳି ଥିଲେ। ୧୯୫୬ ମସିହାରେ ଅନ୍ତର୍ଜାତୀୟ ପଦକ ଜିତିଥିବା ପ୍ରଥମ ଭାରତୀୟ ହେଉଛନ୍ତି ନନ୍ଦୁ ନାଟେକର । ତାଙ୍କ କ୍ୟାରିୟରରେ ସେ ୧୦୦ରୁ ଊର୍ଦ୍ଧ୍ବ ଜାତୀୟ ଏବଂ ଅନ୍ତର୍ଜାତୀୟ ଟାଇଟଲ୍‌ ଜିତିଛନ୍ତି । ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମ ହୋଇଥିବା ନାଟେକର କ୍ରୀଡ଼ା ପ୍ରତି ତାଙ୍କର ଅବଦାନ ପାଇଁ ୧୯୬୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking