29.1 C
Bhubaneswar
Monday, May 6, 2024
Homeଓଡିଶାମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ

ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା, ପୁଅ ଆତ୍ମାହୁତି  ଉଦ୍ୟମ କରିଛନ୍ତି । ସୂଚନା ଅନୁଯାୟୀ, କିରୋସିନି ବୋତଲ ଧରି ଆତ୍ମାହୁତି ଉଦ୍ୟମ ବେଳେ କାବୁ କରିଛି ପୋଲିସ । ଉଭୟଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖି ପୋଲିସ ବୁଝାସୁଝା କରୁଛି । ମାଟ୍ରିକ ଅଫଲାଇନ ଫର୍ମଫିଲପକୁ ନେଇ ଅସନ୍ତୁଷ୍ଟ ଥିଲେ ମା, ପୁଅ । ସ୍କୁଲ ଫର୍ମଫିଲପ କରାଇ ନଥିବାରୁ କାଲି ଉଭୟ ଧାରଣା ଦେଇଥିଲେ । ମା, ପୁଅ ଦୁଇଜଣ  ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ । ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଶିକ୍ଷକଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ଶିକ୍ଷକ ଜାଣିଶୁଣି ଫର୍ମ ପୂରଣ କରିନାହାନ୍ତି । ପୁଅ ପରୀକ୍ଷା ନ ଦେଲେ ଆତ୍ମହତ୍ୟା କରିବେ ବୋଲି ମା’ ଓ ପୁଅ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking