33.1 C
Bhubaneswar
Wednesday, April 24, 2024
Homeଓଡିଶାପଶ୍ଚିମ ଓଡିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ବିଜପିର ଜନ ଆନ୍ଦୋଳନ

ପଶ୍ଚିମ ଓଡିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ବିଜପିର ଜନ ଆନ୍ଦୋଳନ

ଦେବଗଡ଼ : ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଈ ପଡ଼ିଥିବା ବେଳେ ବୁର୍ଲା ସ୍ଥିତ “ଭୀମସାର “କୁ ରାଜ୍ୟ ସରକାର ଅଣଦେଖା ଜରୁଥୁବା ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଜନ ଆନ୍ଦୋଳନ କରାଯାଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଙ୍କୁ ପ୍ରଦାନ କରାଯାଇଛି l ଆଜି ପୂର୍ବାହ୍ନରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଅରୁଣ କୁମାର ସାହୁ ଙ୍କ ନେତୃତ୍ୱ ରେ ବହୁ ବିଜେପି ଦଳୀୟ କାର୍ଯ୍ୟକର୍ତା ଓ କର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପହଞ୍ଚି ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବକୁ ପ୍ରତିବାଦ କରିବା ସହ ବୁର୍ଲା “ଭୀମସାର”ନିର୍ଦେଶକଙ୍କୁ ସ୍ୱତନ୍ତ୍ର କ୍ଷମତା ଦେବାସହ ପଶ୍ଚିମ ଓଡିଶା ରେ ସ୍ୱାସ୍ଥ୍ୟ ଭିତ୍ତିଭୁମୀର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତ କରିବା, ବୁର୍ଲା “ଭୀମସାର”ଠାରେ ଏକମୋ ମ୍ୟାସିନ ସ୍ଥାପନ ସମେତ 11ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ରାଜ୍ୟପାଳ ଙ୍କ ଉଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନଗର ସଭାପତି ଦିବ୍ୟ ଶଙ୍କର ଖୁଣ୍ଟିଆ, ଜଗନ୍ନାଥ ବେହେରା, ସରୋଜ କୁମାର ପାଢ଼ୀ, ସୁଧୀର କୁମାର ପାତ୍ର,ସାନୁ ଘଡେଇ, ତାପସ କୁମାର ମହାପାତ୍ରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking