36.1 C
Bhubaneswar
Tuesday, May 21, 2024
Homeଓଡିଶାବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳ ରେ ଆଜି ଅପରାହ୍ନ ସମୟରେ କାଳ ବୈଶାଖୀରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ପାତ୍ରପୁର ଗାଁର ସୀମା ସାହୁ (୫୫) । ଆହତଙ୍କ ନାମ ହେଉଛି ଶଙ୍କର ସାହୁ ଓ ପଦ୍ମା ସାହୁ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ରାଶି ଅମଳ କରିବା ପାଇଁ ସୀମା ସାହୁ, ଶଙ୍କର ସାହୁ ଓ ପଦ୍ମା ସାହୁ ଗାଁ ନିକଟସ୍ଥ ଜମିକୁ ଯାଇଥିଲେ । ଜମିରେ କାମ କରିବା ସମୟରେ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ଓ ପବନ ସାଙ୍ଗକୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା ।

ବର୍ଷା ଆସିବା ଦେଖି କାମ ବନ୍ଦ କରି ଘରକୁ ଫେରିବା ବେଳେ ରାସ୍ତାରେ ସମସ୍ତେ ବଜ୍ରାଘାତର ଶୀକାର ହୋଇଥିଲେ । ଏନେଇ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ସୀମାଙ୍କୁ ମୃତ ଘୋଷଣା କରିଥିଲେ । ଆହତ ୩ଜଣକ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking