28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଇରାନର ରାଷ୍ଟ୍ରପତି ଇବ୍ରାହିମଙ୍କ ମୃତ୍ୟୁ , ଭାରତରେ ଦିନିକିଆ ଶୋକ ଘୋଷଣା କଲେ କେନ୍ଦ୍ର ଗୃହ...

ଇରାନର ରାଷ୍ଟ୍ରପତି ଇବ୍ରାହିମଙ୍କ ମୃତ୍ୟୁ , ଭାରତରେ ଦିନିକିଆ ଶୋକ ଘୋଷଣା କଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ସମ୍ମାନର ଚିହ୍ନ ସ୍ୱରୂପ ମଙ୍ଗଳବାର ଦିନ ସାରା ଭାରତରେ ଏକ ଦିନିଆ ରାଜ୍ୟ ଶୋକ ପାଳନ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି। ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବ। ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି। ରବିବାର ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମଙ୍କ ସହ ପ୍ରାଣ ହରାଇଥିଲେ ଇରାନ୍ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବଦୁଲ୍ଲାହିଆନ୍। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜରବାଇଜାନ ସୀମା ନିକଟରେ ଇରାନର ଉତ୍ତର-ପଶ୍ଚିମର ତବ୍ରେଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଏହି ଖବର ପରେ ଇରାନର ରିଭୋଲ୍ୟୁସନରୀ ଗାର୍ଡ, ସେନା ଏବଂ ରେଡ୍ କ୍ରିସେଣ୍ଟ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ରେସ୍କ୍ୟୁ ଅପରେସନ୍। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଅଂଚଳରେ ଘନ କୁହୁଡ଼ି ଥିଲା ବୋଲି ଜଣାପଡ଼ିଛି। ଇରାନ ସରକାରଙ୍କୁ ପକ୍ଷରୁ ନିର୍ଦ୍ଦେଶ ପରେ ଘଟଣାର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking