29.1 C
Bhubaneswar
Saturday, July 27, 2024
Homeଅପରାଧବିହାରରେ ନିର୍ବାଚନୀ ହିଂସା : ୧ ମୃତ

ବିହାରରେ ନିର୍ବାଚନୀ ହିଂସା : ୧ ମୃତ

ପାଟନା : ମଙ୍ଗଳବାର ଦିନ ବିହାରର ସାରଣ ଲୋକସଭା ଆସନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଉଭୟ ପଟରୁ ଗୁଳିମାଡ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟରେ ବିହାର ସାରଣ ଲୋକସଭା ଆସନରେ ଭୋଟିଂ ସରିବା ପରେ ଛପରା ସହରର ନିର୍ବାଚନୀ ବୁଥରେ ପ୍ରବଳ ହଙ୍ଗମା ହୋଇଥିଲା। ତେବେ ଆଜି ସକାଳୁ ଏହି ହିଂସା ଉଗ୍ର ରୂପ ନେଇଛି। ନିର୍ବାଚନୀ ହିଂସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତେଣୁ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଛପରା ଭିକାରୀ ଠାକୁର ଛକ ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏପରିକି ସେଠାରେ ଏସପି ଏବଂ ଡିଏମ୍ ମଧ୍ୟ ଉପସ୍ଥିତ ରହି ସମସ୍ତ ଘଟଣାର ଅନୁଧ୍ୟାନ କରିଛନ୍ତି। ଏପରିକି ଦଙ୍ଗା କରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କଡା କର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking